ପ୍ରମାଣ ନ ମିଳିବାରୁ ଦୋଷ ମୁକ୍ତ

ଦୋଷ ମୁକ୍ତ ହେଲେ କେଜରିୱାଲ ଓ ସିସୋଦିଆ  

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦୋଷ ମୁକ୍ତ ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜରିୱାର ଓ ପୂର୍ବତନ ଉପମୁଖ୍ୟ ମନ୍ତ୍ରୀ ମନୀଷ ସିସୋଦିଆ । ଦୋଷ ମୁକ୍ତ କଲେ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ । ସିବିଆଇ ପ୍ରମାଣ ଦେଇ ଦେଇ ପାରିଲା ନାହିଁ । ପ୍ରମାଣ ନ ମିଳିବାରୁ ଦୋଷ ମୁକ୍ତ ହେଲେ କେଜରିୱାଲ ଓ ସିସୋଦିଆ । ଏ ମାମଲାରେ କେଜରିୱାଲ ଓ ସିସୋଦିଆଙ୍କ ସମେତ ସମପ୍ତ ୨୩ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ ।ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏବଂ ତାଙ୍କ ସହଯୋଗୀ ମନୀଷ ସିସୋଦିଆଙ୍କୁ ଦୋଷମୁକ୍ତ କରିଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଠୋସ୍ ଏବଂ ପର୍ଯ୍ୟାପ୍ତ ପ୍ରମାଣ ବିନା କେବଳ ଅଭିଯୋଗକୁ ବିଶ୍ୱାସ କରାଯାଇପାରିବ ନାହିଁ ।ସେ କହିଛନ୍ତି ଯେ ବିରୋଧୀଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ କରିବା ଏବଂ ସେମାନଙ୍କୁ ଜେଲରେ ରଖିବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଶୋଭନୀୟ ନୁହେଁ । ଦେଶ ସେତେବେଳେ ପ୍ରଗତି କରିବ ଯେତେବେଳେ ଜନସାଧାରଣଙ୍କ ସମସ୍ୟାର ସମାଧାନ ହେବ । କେଜରିୱାଲ ଏହାକୁ ସତ୍ୟର ବିଜୟ ବୋଲି କହିଥିଲେ ଏବଂ କହିଥିଲେ ଯେ ବାବାସାହେବ ଆମ୍ବେଦକର ଦେଶକୁ ଦେଇଥିବା ସମ୍ବିଧାନର ଆତ୍ମା ଶେଷରେ ବିଜୟୀ ହୁଏ ।

Leave a Reply

Your email address will not be published. Required fields are marked *