କାଜାଖସ୍ଥାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା

ଲ୍ୟାଣ୍ଡିଂ ବେଳେ ବିମାନରେ ବିସ୍ଫୋରଣ

କାଜାଖସ୍ଥାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା । ଅକାତାଉରେ ଜରୁରୀ ଅବତରଣ ପୂର୍ବରୁ ଘଟିଲା ଅଘଟଣ । ଦୁର୍ଘଟଣାଗ୍ରସ୍ତ ବିମାନଟି ଆଜରବୈଜାନ ଏୟାରଲାଇନ୍ସର । ୭୫ ଯାତ୍ରୀଙ୍କୁ ନେଇ ବିମାନଟି ବାକୁରୁ ଗ୍ରଜନୀ ଯାଉଥିଲା । ପ୍ଲେନଟି ଜରୁରୀ ଅବତରଣ ଅନୁମତି ମାଗିବାର କିଛି ସମୟ ଭିତରେ ହୋଇଗଲା କ୍ରାସ । ଏହି ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ତେବେ ସଠିକ୍‌ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିନାହିଁ। କୁହାଯାଉଛି ଯେ ଏହି ବିମାନରେ ମୋଟ ୬୭ ଯାତ୍ରୀ ଏବଂ ୫ ଜଣ କ୍ରୁ ସଦସ୍ୟ ଥିଲେ।

କାଜାକିସ୍ତାନର ଜରୁରୀକାଳୀନ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଆଜରବୈଜାନ ବିମାନ ବାକୁରୁ ଗ୍ରୋଜନୀ ଆଡକୁ ବିମାନଟି ଯାଉଥିଲା। ଏଥିରେ ଅଧିକାଂଶ ଆଜରବୈଜାନ ଓ ରୁଷର ନାଗରିକ ଥିବା କୁହାଯାଉଛି। ତେବେ କୁହୁଡ଼ି ହେତୁ ବିମାନଟି ଗ୍ରୋଜନି ଆଡକୁ ଯାଇପାରି ନଥିଲା। ଫେରି ଆସି କାଜାକିସ୍ତାନ ବିମାନ ବନ୍ଦରରେ ବିମାଟି ଜରୁରୀକାଳୀନ ଲ୍ୟାଣ୍ଡିଂ କରିବାକୁ ଅନୁମତି ମାଗିଥିଲା। ଏହାର କିଛି ସମୟ ପରେ ବିମାଟି ଦୁର୍ଘଟଣାର ଶିକାର ହୋଇଥିଲା।