ସାଳନ୍ଦୀରେ କାଉଡିଆ ନିଖୋଜ ଘଟଣା, ମିଳିଲା ମୃତଦେହ

୨୨ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ

ସାଳନ୍ଦୀରେ ଭାସିଯାଇ କଉଡିଆଙ୍କ ନିଖୋଜ ଘଟଣା, ଆଜି ମିଳିଲା ମୃତଦେହ। ଗତକାଲି ବୋଲବମ ଯାଇ ନଦୀରୁ ପାଣି ଉଠାଇବା ବେଳେ ନିଖୋଜ ଥିଲେ ଦୁଇ ଯୁବକ। ଏବଂ ଆଜି ମୃତଦେହ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବରଦା ଗାଁ ଦେଇ ଯାଇଥିବା ସାଳନ୍ଦୀ ନଦୀରୁ ପାଣି ନେବା ପାଇଁ ଯାଇଥିଲେ ସାନଜୟୀ ଗାଁର ୧୮ ଜଣ କାଉଡ଼ିଆ । ସେଠାରୁ ପାଣି ଉଠେଇ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳ ଢାଳିବା ପାଇଁ ନେବାର କାର୍ଯ୍ୟକ୍ରମ ଥିଲା ।

କୌଣସି କାରଣରୁ ଭାସି ଯାଇଥିଲେ ୨କାଉଡିଆ। ତେବେ ଗତକାଲିଠୁ ନିଖୋଜ ଥିବା ୨ କାଉଡ଼ିଆଙ୍କ ଉଦ୍ଧାର ହୋଇଛି ମୃତଦେହ। ପ୍ରାୟ ୨୨ ଘଣ୍ଟା ପରେ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ମୃତକ ଦୁଇଜଣ ରାଜେନ୍ଦ୍ର ସାହୁ ଓ ସୁବ୍ରତ ମହାକୁଡ଼ ହୋଇଥିବା ବେଳେ ଆଗପଛ ହୋଇ ପାଣି ନେଉଥିବା ବେଳେ ଗୋଡ଼ ଖସିଯିବାରୁ ସେ ଭାଶି ଯାଇଥିଲେ । ଆଜି ମୃତଦେହ ନଦୀରୁ ଉଦ୍ଧାର ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।