ଶକ୍ତିକାନ୍ତ ଦାସଙ୍କୁ ଭେଟିଲେ କନକବର୍ଦ୍ଧନ ସିଂଦେଓ

ଶକ୍ତିକାନ୍ତ ଦାସଙ୍କୁ ଭେଟିଲେ କନକବର୍ଦ୍ଧନ ସିଂଦେଓ

ଶକ୍ତିକାନ୍ତ ଦାସଙ୍କୁ ଭେଟିଲେ କନକବର୍ଦ୍ଧନ ସିଂଦେଓ । ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଏହି ଭେଟଘାଟ ସୌଜନ୍ୟମୂଳକ ଥିଲା ବୋଲି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ତାଙ୍କ ଏକ୍ସରେ ଉଲ୍ଲେଖ କରିଛନ୍ତି ।  ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଉପସ୍ଥିତ ଥିଲେ । ଏହି ଭେଟଘାଟ ସମୟରେ ଶାସନ, କୃଷି ଏବଂ ଭାରତର ବିକାଶ କ୍ଷେତ୍ରରେ ଓଡ଼ିଶାର ଭୂମିକା ଉପରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଆଲୋଚନା ହେଲା ବୋଲି କେଭି ସିଂହଦେଓ ତାଙ୍କ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି ।ଏହି ଭେଟଘାଟ ଡବଲ ଇଞ୍ଜିନ୍ ସରକାର ମଡେଲକୁ ପ୍ରତିଫଳିତ କରୁଛି ।  ଏହାକୁ ଉଭୟ କେନ୍ଦ୍ର ଓ ରାଜ୍ଯ ନେତୃତ୍ବ ଗୁରୁତ୍ଵ ଦେଉଛନ୍ତି । ପରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟିଥିଲେ ଉପ ମୁଖ୍ୟମନ୍ତ୍ରୀ । ନଭେମ୍ବର ୧୦ ତାରିଖରେ ହେବାକୁ ଥିବା ‘ମାଣ୍ଡିଆ ଦିବସ’ ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ଅନୁରୋଧ କରିଥିଲେ ।  ମନ୍ତ୍ରୀ ଏଥିରେ ସହମତି ପ୍ରକାଶ କରିଛନ୍ତି ।  ଗତ ଅଗଷ୍ଟ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ କନକ ବର୍ଦ୍ଧନ ସିଂଦେଓ । ମୋଦିଙ୍କୁ ଭେଟି ୱାନ ଟୁ ୱାନ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *