ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍
ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢାଉ ଚାଲିଛି।ଆଜି ସକାଳୁ ସକାଳୁ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତିଠୁଳ ଅଭିଯାଗରେ ଏକାକାଳୀନ ୧୦ଟି ସ୍ଥାନରେ ରେଡ୍ କରାଯାଇଛି। ଚଢାଉରେ ୧୦ ଜଣ DSP ଓ ତିନି ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। ସୂଚନା ଅନୁସାରେ, ଉପଜିଲ୍ଲାପାଳଙ୍କ ବିଭିନ୍ନ ସ୍ଥାନରେ ପ୍ଲଟ ଓ ଘର ରହିଛି। ସେ ଆଦିବାସୀ ଜମି ପଟ୍ଟା ନାଁରେ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ମାତ୍ର ଏନେଇ ଭିଜିଲାନ୍ସ ପକ୍ଷରୁ ସଂପୂର୍ଣ୍ଣ ବିବରଣୀ ଦିଆଯାଇନାହିଁ। ଖୁବଶୀଘ୍ର ଏନେଇ ସୂଚନା ଦେବ ଭିଜିଲାନ୍ସ।