ନିର୍ବାଚନ ପୂର୍ବରୁ ଆକାଉଣ୍ଟକୁ ଯାଇପାରେ କାଳିଆ କିସ୍ତି
ଖୁବଶୀଘ୍ର ଆସିବ କାଳିଆ ଟଙ୍କା । ନିର୍ବାଚନ ପୂର୍ବରୁ ଆକାଉଣ୍ଟକୁ ଯାଇପାରେ କାଳିଆ କିସ୍ତି । କ୍ୟାବିନେଟରେ କାଳିଆ ଯୋଜନା ନିୟମର ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର । ଏଣିକି ଖାଲି ଏପ୍ରିଲ ମାସର ଅକ୍ଷୟ ତୃତୀୟା କି ସେପ୍ଟମ୍ବର ମାସର ନୂଆଁଖାଇରେ ନୁହେଁ, ଯେ କୌଣସି ମୁହୂର୍ତ୍ତରେ ସରକାର ଚାହିଁଲେ ହିତାଧିକାରୀଙ୍କୁ ଦେଇପାରିବେ କାଳିଆ ସହାୟତା । ତେଣୁ କ୍ୟାବିନେଟ ନିଷ୍ପତିରୁ ଯାହା ସଂଙ୍କେତ ମିଳୁଛି ନିର୍ବାଚନ ପୂର୍ବରୁ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିବେ ସରକାର । ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଚାଷୀଙ୍କ ଆକାଉଂଟକୁ କାଳିଆ ଟଙ୍କା ଆସିପାରେ । କ୍ୟାବିନେଟରେ କାଳିଆ ଯୋଜନା ନିୟମର ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର । ଏଣିକି ଖାଲି ଏପ୍ରିଲ ମାସର କି ସେପ୍ଟେମ୍ବର ମାସରେ ନୁହେଁ , ଯେ କୌଣସି ସମୟରେ ସରକାର ଚାହିଁଲେ ହିତାଧିକାରୀଙ୍କୁ ଦେଇପାରିବେ କାଳିଆ ସହାୟତା । କ୍ୟାବିନେଟର ଏହି ନିଷ୍ପତି ପରେ ଚର୍ଚ୍ଚା ହେଉଛି ନିର୍ବାଚନ ପୂର୍ବରୁ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିବେ ସରକାର । ତେବେ ଚାଷୀଙ୍କୁ ସଶକ୍ତ କରିବା ପାଇଁ କ୍ୟାବିନେଟରେ ନିଷ୍ପତି ନିଆଯାଇଛି ବୋଲି କହିଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ ।