ରାଜ୍ୟରେ କାଳବୈଶାଖୀ ପ୍ରଭାବ, ଆଉ ୪ ଦିନ ପଶ୍ଚିମାଝଡ଼ ବର୍ଷା
ତାତିରୁ ଆଶ୍ବସ୍ତି। ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ପଶ୍ଚିମାଝଡ଼ ସହ ବିହାର ଠାରୁ ଉତ୍ତର ଉପକୂଳ ପର୍ଯ୍ୟନ୍ତ ବ୍ୟାପି ରହିଛି ଟ୍ରଫଲାଇନ । ପ୍ରଭାବରେ ୧୭ ତାରିଖ ଯାଏ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ ଓ କୁଆପଥର ମାଡ଼ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଜାରି ରହିଛି । ଗତକାଲି ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଥିଲା। ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ୭ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ,ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାଭବନା ରହିଛି ।ସେହିପରି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଜୁଳି ଘଡ଼ଘଡ଼ି ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ଆସନ୍ତା ୧୭ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବ ।
