ବିଜେଡି ଛାଡ଼ିଲେ, ପଦ୍ମ ଧରିଲେ କୈଳାଶ ଚନ୍ଦ୍ର କୁଲେସିକା

‘ବିଜେଡି ମୋ ସହ ବିଶ୍ୱାସଘାତକତା କରିଛି’

ବିଜେଡି ଛାଡ଼ିଲେ, ପଦ୍ମ ଶିବିରରେ ସାମିଲ ହେଲେ କୈଳାଶ ଚନ୍ଦ୍ର କୁଲେସିକା । କୈଳାଶ କୁଲେସିକା ବିଜେଡିରେ ଥିଲେ । ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ବିଜେଡି ଟିକେଟ୍‌ ଆଶୟୀ ଥିଲେ । କିନ୍ତୁ ଗତକାଲି ବିଜେଡି ତାଙ୍କୁ ଟିକେଟ୍‌ ଦେଇନଥିଲା। ତାଙ୍କ ବଦଳରେ ପ୍ରଭୁ ଜାନିଙ୍କୁ ଭରସା କରିଥିଲା ବିଜେଡି। ତେବେ ଟିକେଟ୍‌ ନ ମିଳିବାରୁ ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ସାମିଲ ହେବା ପରେ ବିଜେଡି ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ କୈଲାସ କୁଲେସିକା । ‘ଲକ୍ଷ୍ମୀପୁର ପାଇଁ ବିଜେଡି ଟିକେଟ ଘୋଷଣାକୁ ନେଇ ମୁଁ ନିରାଶ। ପ୍ରତିଶ୍ରୁତି ଦେଇ ବିଜେଡି ମୋ ସହ ବିଶ୍ୱାସଘାତକତା କରିଛି । ଲକ୍ଷ୍ମୀପୁରରୁ ଟିକେଟ ଦେବାକୁ ପ୍ରତିଶ୍ରୁତି ଦେଇ ମୋତେ ଦଳରେ ମିଶାଇ ଥିଲେ। କିନ୍ତୁ ଏବେ ଟିକେଟ ନ ଦେଇ ସରକାର ଗଠନ ପରେ ଏସ୍‌ଡିସି ଦେବେ କହୁଛନ୍ତି। ପୁଣି ମୋତେ କୋଟିଏ ଟଙ୍କାର ପ୍ରଲୋଭନ ଦେଖାଉଛନ୍ତି। ମୋତେ ଯେଉଁ ଆଘାତ ଦେଇଛନ୍ତି ଲୋକେ ଏହାର ପ୍ରତିଶୋଧ ନେବେ’ ବୋଲି କହିଛନ୍ତି କୈଳାସ କୁଲେସିକା ।