ଇସ୍ତଫା ଦେଲେ ଜଷ୍ଟିସ ଯଶୱନ୍ତ ବର୍ମା

ଇସ୍ତଫା ଦେଲେ ଜଷ୍ଟିସ ଯଶୱନ୍ତ ବର୍ମା

ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଜଷ୍ଟିମ ଯଶୱନ୍ତ ବର୍ମା ବିରୋଧରେ ଗତବର୍ଷ ମାର୍ଚ୍ଚ ୧୪ରେ ଦିଲ୍ଲୀର ସରକାରୀ ବାସଭବନରେ ନିଆଁ ଲାଗିବା ଯୋଗୁଁ ବିପୁଳ ଟଙ୍କା ଧରାପଡିଥିଲା । ଏତେ ମାତ୍ରାର ନଗଦ କ୍ୟାସ୍ ମିଳିବା ପରେ ତାଙ୍କ ବିରୋଧରେ ମହାଭିଯୋଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଅଗଷ୍ଟ ୨୦୨୫ରେ ଲୋକସଭା ଅଧ୍ୟକ୍ଷ ଓମ ବିରଲା ୧୪୬ ଜଣ ସାଂସଦଙ୍କ ହସ୍ତାକ୍ଷର ସହିତ ମହାଅଭିଯୋଗ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ ।ଜଷ୍ଟିସ ବର୍ମାଙ୍କୁ ପଦରୁ ହଟାଇବା ପାଇଁ ସଂସଦରେ ବହିଷ୍କାର ପ୍ରକ୍ରିୟା (Impeachment) ଚାଲିଥିଲା । ଯଦି ସଂସଦ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ବହିଷ୍କାର କରିଥାନ୍ତା, ତେବେ ସେ ନିଜର ପେନସନ ଓ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ହରାଇଥାନ୍ତେ । ତେଣୁ ଏହି ସରକାରୀ ସୁବିଧାଗୁଡ଼ିକୁ ବଞ୍ଚାଇବା ପାଇଁ ସେ ବହିଷ୍କାର ପ୍ରକ୍ରିୟା ଶେଷ ହେବା ପୂର୍ବରୁ ନିଜ ଆଡ଼ୁ ଇସ୍ତଫା ପତ୍ର ଦେଇଛନ୍ତି ।ଗତ ମାର୍ଚ୍ଚ ୧୪ ତାରିଖରେ ତତ୍କାଳୀନ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବାସଭବନ ଆଉଟ ହାଉସରେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଲିଭାଇବାକୁ ପହଞ୍ଚିଥିବା ଅଗ୍ନିଶମ କର୍ମଚାରୀ ବିପୁଳ ପରିମାଣର ନଗଦ ଟଙ୍କା ପୋଡି ଯାଇଥିବା ଦେଖିଥିଲେ ।

Leave a Reply

Your email address will not be published. Required fields are marked *