ରତ୍ନଭଣ୍ଡାର ଖୋଲିବା ନେଇ ଜଷ୍ଟିସ୍ ରଥଙ୍କ ବଡ଼ ବୟାନ

‘ଡୁପ୍ଲିକେଟ୍‌ ଚାବିରେ ନ ଖୋଲିଲେ ଭଙ୍ଗାଯିବ ତାଲା’

କେବେ ଖୋଲାଯିବ ରତ୍ନଭଣ୍ଡାର ସେନେଇ ଆସନ୍ତା ୯ ତାରିଖରେ ନିଷ୍ପତ୍ତି ନିଆଯିବ । ରତ୍ନଭଣ୍ଡାର କମିଟି ବୈଠକ ପରେ ଜଷ୍ଟିସ ବିଶ୍ବନାଥ ରଥ ଏହି ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ପରେ ଜଷ୍ଟିସ୍‌ ବିଶ୍ୱନାଥ ରଥ କହିଛନ୍ତି ଯେ, ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି । ୯ ତାରିଖ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାପନ କରିବେ । ଚାବି ଉପସ୍ଥାପନ ହେଲା ପରେ କେବେ ରତ୍ନଭଣ୍ଡାର ଖୋଲାଯିବ ସେହିଦିନ ନିଷ୍ପତ୍ତି ନିଆଯିବ’। ସେ ଆହୁରି କହିଛନ୍ତି ଯେ, ବହୁ ଦଶନ୍ଧି ହେଲାଣି ରତ୍ନଭଣ୍ଡାର ତାଲା ଖୋଲା ଯାଇନାହିଁ । ଯଦି ଡୁପ୍ଲିକେଟ୍‌ ଚାବିରେ ନ ଖୋଲିଲେ ତେବେ ରତ୍ନଭଣ୍ଡାର ତାଲା ଭଙ୍ଗାଯିବ । ତାଲା କିଭଳି ଭଙ୍ଗାଯିବ ସେନେଇ ଏସ୍‌ଓପି ପ୍ରସ୍ତୁତ କରାଯିବ । ଆଉ ଏହି ଏସ୍‌ଓପି ସରକାରଙ୍କଠାରେ ଉପସ୍ଥାପନ କରାଯିବ ବୋଲି ବୈଠକ ପରେ କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ ।