ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବିଆର ଗୱାଇ
ନୂଆ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବିଆର ଗୱାଇ । ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶର ୫୨ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଗୱାଇ । ନଭେମ୍ବର ୨୩ ପର୍ଯ୍ୟନ୍ତ ରହିବ କାର୍ଯ୍ୟକାଳ । ୧୯୬୦ ମସିହା ନଭେମ୍ବର ୨୪ରେ ମହାରାଷ୍ଟ୍ରର ଅମରାବତୀରେ ତାଙ୍କ ଜନ୍ମ ହୋଇଥିଲା। ସେ ୧୬ ମାର୍ଚ୍ଚ ୧୯୮୫ ମସିହାରେ ଓକିଲାତି କରିବା ଆରମ୍ଭ କରିଥିଲେ। ୨୦୧୯ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ଗତ ଛଅ ବର୍ଷ ମଧ୍ୟରେ, ଜଷ୍ଟିସ୍ ବି.ଆର. ଗବାଇ ସାମ୍ବିଧାନିକ ଏବଂ ପ୍ରଶାସନିକ ଆଇନ, ସିଭିଲ୍ ଆଇନ, ଫୌଜଦାରୀ ଆଇନ, ବାଣିଜ୍ୟିକ ବିବାଦ, ମଧ୍ୟସ୍ଥତା ଆଇନ, ବିଦ୍ୟୁତ୍ ଆଇନ, ଶିକ୍ଷା ମାମଲା, ପରିବେଶ ଆଇନ ଇତ୍ୟାଦି ବିଭିନ୍ନ ବିଷୟ ସହ ଜଡିତ ମାମଲାଗୁଡ଼ିକର ବିଚାର କରୁଥିବା ପ୍ରାୟ ୭ଶହ ଖଣ୍ଡପୀଠର ଅଂଶ ଥିଲେ।
