ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ

ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ

ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ । ଦ୍ବିତୀୟ ମେରିଟ୍ ଲିଷ୍ଟ ବାହାର କରିବା ସହ ବଳକା ପଦବୀ ପୂରଣ କରିବାକୁ ଦାବି କରୁଛନ୍ତି ଆଶାୟୀ । ୨୦୨୩ ରେ ରାଜ୍ୟ ସରକାରଙ୍କ ପକ୍ଷରୁ, ୨ ହଜାର କନିଷ୍ଠ ଶିକ୍ଷକ ପଦ ପାଇଁ ବାହାରିଥିଲା ନୋଟିଫିକେସନ। ପୂରଣ ହେଲା ପ୍ରାୟ ୧୩ ଶହ ପଦବୀ। ବଳି ପଡିଗଲେ ୬ ଶହରୁ ଅଧିକ କନିଷ୍ଠ ଶିକ୍ଷକ ଆଶାୟୀ। କେବଳ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇଥିବା ବେଳେ ଆଶାୟୀମାନେ ଦ୍ୱିତୀୟ ମେରିଟ ଲିଷ୍ଟ ବାହାର କରିବାକୁ ଦାବି ଉଠାଇଛନ୍ତି।ପରୀକ୍ଷାରେ ବଳି ପଡ଼ିଥିବା ଆଶାୟୀଙ୍କ କେତେ ମାର୍କ ରହିଲା ତାହା କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ, ହେଲେ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ଏହାକୁ ବିରୋଧ କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ କନିଷ୍ଠ ଶିକ୍ଷକ ଆଶାୟୀ । ଚଳିତବର୍ଷ ଜାନୁୟାରୀ ରେ ହାଇ କୋର୍ଟ ଙ୍କ ପକ୍ଷରୁ ବଳକା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏହାକୁ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ । ଯେଉଁ ପର୍ଯ୍ୟନ୍ତ ଏହାର ସମାଧାନ ହୋଇନି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପରୀକ୍ଷା ଆଶାୟୀ କହିଛନ୍ତି ।.

Leave a Reply

Your email address will not be published. Required fields are marked *