ଏପ୍ରିଲ ୧୨ରେ ଓଡ଼ିଶା ଆସିବେ ଜେପି ନଡ୍ଡା

ଓଡ଼ିଶା ଆସିବେ ଜେପି ନଡ୍ଡା, ହେବ ସଭାପତି ଘୋଷଣା

ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏପ୍ରିଲ ୧୨ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ଏନେଇ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ଗସ୍ତ ସମୟରେ ବିଭିନ୍ନ ସରକାରୀ ପ୍ରକଳ୍ପର ଉଦଘାଟନ କରିବେ ଏଥି ସହ ବିଜେପିର ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ ନଡ୍ଡା ।ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତରେ ପରେ ହିଁ ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା କରାଯିବା ନେଇ ସୂଚନା ରହିଛି । ପ୍ରଥମେ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ପରେ ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା କରାଯାଇ ପାରେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପାର୍ଟି ନିଶ୍ଚିତ କରି ନାହିଁ ଯେ କିଏ ହେବେ ରାଜ୍ୟର ନୂତନ ବିଜେପି ସଭାପତି ।