୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା
୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆଜି ରାତି ୭ଟା ୫୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରୁ ସିଧାସଳଖ ପୁରୀ ଯାଇ ରାତ୍ରୀଯାପନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ରାତିରେ କୋଣାର୍କ ଇକୋ ରିସର୍ଟରେ ରହିବେ। ଆସନ୍ତାକାଲି ପୂର୍ବାହ୍ନ ପ୍ରାୟ ୧୦ଟାରେ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ ଜେପି ନଡ୍ଡା। କାଲି ଅପରାହ୍ନ ୨ଟାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯିବେ ଶ୍ରୀମନ୍ଦିର। ସେଠାରୁ ଭୁବନେଶ୍ୱର ଫେରି ରାଜ୍ୟ ଅତିଥି ଭବନରେ ପ୍ରାୟ ଅଢେଇ ଘଣ୍ଟା ଧରି ରହିବେ । ନଡ୍ଡାଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ବିଜେପି ଚଳଚଂଚଳ ଓ ଉତ୍ସାହିତ । ବିଜେପି ରାଜ୍ୟ ସଭାପତିଙ୍କୁ ନେଇ ହୋଇପାରେ ମାନସମନ୍ଥନ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ, ନିଗମ ବୋର୍ଡରେ ବାଜିପାରେ ମୋହର । ଆସନ୍ତାକାଲି ସନ୍ଧ୍ୟା ୭ଟାରେ ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
