ବିଜେପି ଫୋକସରେ ଓଡ଼ିଶା।

୨୮ରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା

ବିଜେପି ଫୋକସରେ ଓଡ଼ିଶା। ୨୦୨୪ ନିର୍ବାଚନରେ ଅଧିକ ଲୋକସଭା ସିଟ୍ ଜିତିବା ସହ ରାଜ୍ୟରେ ନିଜ ସରକାର ଗଠନ ମିଶନରେ ରହିଛି ଭାରତୀୟ ଜନତା ପାର୍ଟି। ଓଡ଼ିଶାରେ ପ୍ରଚାର ପାଇଁ ଆସୁଛନ୍ତି ତୁଙ୍ଗ ନେତା। ଅମିତ ଶାହଙ୍କ ପରେ ଏପ୍ରିଲ ୨୮ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ବ୍ରହ୍ମପୁରରୁ କାର୍ଯ୍ୟକ୍ରମ ସରିବା ପରେ ନବରଙ୍ଗପୁର ଯାଇ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ଏନେଇ ସୂଚନା ଦେଇଛନ୍ତି ବିଜେପି ନେତା ସମୀର ମହାନ୍ତି। ଗତକାଲି ଓଡିଶା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୋନପୁରରେ ଆୟୋଜିତ ବିଶାଳ ସମାବେଶରେ ଯୋଗ ଦେଇଥିଲେ। ରାମେଶ୍ୱରମ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଥିଲେ ଶାହ।