ପଦ୍ମପୁର ସଭାରେ ବର୍ଷିଲେ ନଡ୍ଡା

‘ଓଡ଼ିଶାକୁ ଓଡ଼ିଆ ଅସ୍ମିତା ଜାଣିଥିବା ମୁଖ୍ୟମନ୍ତ୍ରୀ ଦରକାର’

ପଦ୍ମପୁର ସଭାରେ ବର୍ଷିଲେ ନଡ୍ଡା । କହିଲେ ରାଜନୀତିର ପରିଭାଷା ବଦଳାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୧୪ ପୂର୍ବରୁ ଧାରଣା ଥିଲା ଭାରତରେ କିଛି ବଦଳିବନି । ୨୦୧୪ ପରେ ମୋଦି ପରିବର୍ତ୍ତନର ନୂଆ ଧାରା ଆଣିଲେ ବୋଲି କହିଛନ୍ତି । ୨୦୧୪ ପୂର୍ବର ଭାରତ ଓ ପରର ଭାରତ ମଧ୍ୟରେ ବର୍ତ୍ତମାନ ଆକାଶ ପାତାଳ ତଫାତ୍ ରହିଛି । ଆଜି ୨୦୨୪ରେ ଲୋକେ ବିକଶିତ ଭାରତର ସ୍ୱପ୍ନ ଦେଖୁଛନ୍ତି । ରାଜନୀତିରେ କାମ କରିବାର ତରିକା ବଦଳାଇଦେଲେ ମୋଦି । ୧୦ ବର୍ଷ ତଳେ ନେତା ତୁଷ୍ଟୀକରଣର ରାଜନୀତି କରୁଥିଲେ ବୋଲି କହିଛନ୍ତି ନଡ୍ଡା । ଜାତି, ଧର୍ମର ଲଢ଼େଇ କରି ଭୋଟବ୍ୟାଙ୍କର ରାଜନୀତି କରୁଥିଲେ । ମୋଦି ଆସିବା ପରେ ଜାତି ରାଜନୀତିକୁ ଧକ୍କା ଦେଇ ବିକାଶ ଚାଲିଲା । ଆଜି ରାଜନୀତିର ପରିଭାଷା ମୋଦି ବଦଳାଇ ଦେଇଛନ୍ତି । ମୋଦି ଯାହା କହିଥିଲେ କରିଛନ୍ତି, ଯାହା ନକହିଥିଲେ ତାହା ବି କରିଛନ୍ତି ବୋଲି କହିଛନ୍ତି ନଡ୍ଡା।

ଓଡ଼ିଶାକୁ ଓଡ଼ିଆ ଅସ୍ମିତା ଜାଣିଥିବା ମୁଖ୍ୟମନ୍ତ୍ରୀ ଦରକାର । ଏହା ଓଡ଼ିଶାର ସ୍ୱାଭିମାନର କଥା ବୋଲି କହିଛନ୍ତି ଜେପି ନଡ୍ଡା । ସୁଭଦ୍ରା ଯୋଜନା ଲାଗୁ କରିବାର ଅଛି ତ ବିଜେପିକୁ ଶାସନକୁ ଆଣିହାକୁ କହିଛନ୍ତି । ରତ୍ନ ଭଣ୍ଡାରରେ ଚାବି ହଜିଛି, ସେ ଚାବି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା । ରତ୍ନ ଭଣ୍ଡାର ଚାବି ମିଳିବାର ଅଛି ତ ବିଜେପିକୁ ଭୋଟ ଦିଅନ୍ତୁ । ଓଡ଼ିଶା ଉପରେ ବହୁତ ଅତ୍ୟାଚାର ହେଲାଣି । ଆଉ ଅତ୍ୟାଚାର ସହିବାନି, ବିଜେପିକୁ ଶାସନକୁ ଆଣିବା ବୋଲି କହିଛନ୍ତି ନଡ୍ଡା ।