ବିହାରରେ ବଢ଼ିଲା ସାମ୍ବାଦିକଙ୍କ ପେନସନ୍
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ଘୋଷଣା। ସାମ୍ବାଦିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଏଣିକି ମାସକୁ ସାମ୍ବାଦିକଙ୍କୁ ମିଳିବ ୧୫ ହଜାର ପେନସନ୍ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଏହାର ସୂଚନା X ଆକାଉଣ୍ଟରେ ଦେଇଛନ୍ତି ।ବିହାର ସାମ୍ବାଦିକ ସମ୍ମାନ ଯୋଜନା ଅଧୀନରେ ରାଜ୍ୟର ଯୋଗ୍ୟ ସାମ୍ବାଦିକମାନଙ୍କୁ ମାସିକ ୧୫ ହଜାର ଟଙ୍କାର ପେନସନ ପ୍ରଦାନ କରାଯିବ ।

ଏହି ପଦକ୍ଷେପ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ଦିନ ଧରି ସେବା କରିଥିବା ବ୍ୟକ୍ତିମାନଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ କରାଯାଇଛି । ବରିଷ୍ଠ ସାମ୍ବାଦିକମାନଙ୍କୁ ସେମାନଙ୍କ ଅବସର ପରବର୍ତ୍ତୀ ଜୀବନରେ ଆର୍ଥିକ ସହାୟତା ପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ।ସାମ୍ବାଦିକଙ୍କ ଖାତାକୁ ସିଧାସଳଖ ଟଙ୍କା ଯିବ ବୋଲି କୁହାଯାଇଛି । ଯଦି ଜଣେ ପେନସନଭୋଗୀ ସାମ୍ବାଦିକଙ୍କର ଦେହାନ୍ତ ହୁଏ, ତେବେ ତାଙ୍କ ପତ୍ନୀଙ୍କୁ ପାରିବାରିକ ପେନସନ ଭାବରେ ମାସିକ ୧୦ ହଜାର ଟଙ୍କା ପେନସନ୍ ମିଳିବ ।
