ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ୪ ଗିରଫ
ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜଣେ ନାବାଳକ ସମେତ ୪ ଗିରଫ। ଲାଙ୍ଗିର ପୁଇଁତଳା କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ମରାଯାଇଥିଲା । ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଆଜି ଭୋର୍ ସମୟରେ ୨ ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗିର ପୋଲିସ । ଆକ୍ରମଣକାରୀ ଅବିନାଶ ଦଳାଇ ଓ ଆଦିତ୍ୟ ଜେନା ଗିରଫ ହୋଇଥିଲେ । ପରେ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ସୂଚନା ମିଳିଛି । କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ ପ୍ରଧାନ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ତାଙ୍କ ହାତଗୋଡ଼ ବାନ୍ଧି ଅମାନୁଷିକ ଭାବେ ମାଡ଼ ମାରିଥିଲେ ଅଭିଯୁକ୍ତ । ଅଭିଯୋଗ ପରେ ଘଟଣାକୁ ଗୁରୁତର ସହ ନେଇ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଆକ୍ରମଣକାରୀ ଅବିନାଶ ଦଳାଇ, ଆଦିତ୍ୟ ଜେନା, ଗୁମର ନାୟକ ଗିରଫ ହୋଇଥିବାବେଳେ ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳାଇ ଏବେବି ଫେରାର ରହିଛି।
