ଭିଜିଲାନ୍ସ ଜାଲରେ ମୃର୍ତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ

ଭିଜିଲାନ୍ସ ଜାଲରେ ମୃର୍ତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ

ଭିଜିଲାନ୍ସ ଜାଲରେ ମୃର୍ତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍ । ରାୟଗଡ଼ା ଜଳ ବିଭିସିକା  ନିଶନର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ବେଳେ ଠକେଇ କରିଥିବା ଅଭିଯୋଗ ହୋଇଥିଲା  ।  ଏହି ଠକେଇ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ଏକକାଳୀନ ୮ଟି ସ୍ଥାନରେ ରେଡ୍ କରାଯାଉଛି । କଳାହାଣ୍ଡି ଜୁନାଗଡ଼ରେ ଥିବା ଘର, ଧର୍ମଗଡ଼ରେ ଥିବା ଶ୍ବଶୁର ଘରେ ଚଢାଉ ଚାଲିଛି । ସେହିପରି ଭୁବନେଶ୍ବର ଗୋଠପାଟଣାରେ ଥିବା ମହାନଦୀ ଆପାର୍ଟମେଣ୍ଟ,  ଚନ୍ଦ୍ରଶେଖରପୁରରେ ଥିବା ଘର , ଭୁବନେଶ୍ବରରେ ଥିବା ଅଫିସ୍‌ରେ ଚଢାଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ନବରଙ୍ଗପୁର ଟାଉନ୍‌ରେ ଥିବା ନିର୍ମାଣଧୀନ କୋଠା, ନବରଙ୍ଗପୁରର ଦୁଇଟି ସ୍ଥାନରେ ପତ୍ନୀଙ୍କ ନାଁରେ ଥିବା କୋଠାରେ ଚଢାଉ ଚାଲିଛି   ।