ଜନ ଜେ ହୋପଫିଲ୍ଡ ଓ ଜେଫ୍ରୀ ହିନଟନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ୍

ପଦାର୍ଥ ବିଜ୍ଞାନରେ ୨ଜଣଙ୍କୁ ନୋବେଲ୍

ଘୋଷଣା ହୋଇଛି ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର। ୨୦୨୪ ବର୍ଷ ପାଇଁ ୨ ଜଣ ମିଳିତ ଭାବେ ପାଇବେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର। ପଦାର୍ଥ ବିଜ୍ଞାନୀ ଜନ ଜେ ହୋପଫିଲ୍ଡ ଓ ଜେଫ୍ରୀ ହିନଟନଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ମିଳିବ। ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଜରିଆରେ ମେସିନ ଲର୍ଣ୍ଣିଂ କୌଶଳ ପାଇଁ ସେମାନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିବ। ଦୁଇ ବୈଜ୍ଞାନିକ ନିଜ କ୍ଷେତ୍ରର ଟୁଲକୁ ବ୍ୟବହାର କରି ଆଧୁନିକ ମେସିନ ଲର୍ଣ୍ଣିଂକୁ ଅଧିକ ସହଜ କରିଛନ୍ତି। ଜନ ହୋପଫିଲ୍ଡ ଏମିତି ଏକ ନେଟୱର୍କ ତିଆରି କରିଥିଲେ ଯାହା ଷ୍ଟୋରିଂ ଓ ରିକନଷ୍ଟ୍ରଟିଂ ମେଥଡରେ ବ୍ୟବହାର ହେଉଥିଲା। ଏହା ଜରିଆରେ ନୋଡେସକୁ ପିକ୍ସେଲ୍ସ ଭାବେ ଦେଖାଯାଏ।ଜେଫ୍ରୀ ହିନଟନ ହୋପଫିଲ୍ଡ ନେଟୱର୍କ ତିଆରି କରିଥିଲେ। ଏହଦ୍ୱାରେ ସେ ଗୋଟିଏ ନୂଆ ମଡେଲ ସୃଷ୍ଟି କରିଥିଲେ ଯାହା Boltzmann machine ଜରିଆରେ ପରିଚୟ ହାସଲ କରିଥିଲା। ସ୍ୱତନ୍ତ୍ର ଡାଟାକୁ ଜାଣିବା ପାଇଁ ଏହା ବ୍ୟବହାର ହୋଇଥାଏ।

Leave a Reply

Your email address will not be published. Required fields are marked *