ଝାଡ଼ଖଣ୍ଡ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ

କମିଶନରେଟ ପୁଲିସ ହାତରେ ତିନ୍ ପାହାଡ ଗ୍ୟାଙ୍ଗ

କମିଶନରେଟ୍ ପୋଲିସ ହାତରେ ଝାଡ଼ଖଣ୍ଡ ଲୁଟେରା ଗ୍ୟାଙ୍ଗ । ୮ ଜଣଙ୍କୁ ବାନ୍ଧିଲା ପୋଲିସ । ୨୨ଟି ଫୋନ୍ ସହ ୧ ଲକ୍ଷ ୩୦ହଜାର ଟଙ୍କା ଜବତ । ଏହି ଲୁଟେରା ଗ୍ୟାଙ୍ଗର ୮ଜଣଙ୍କୁ ବାନ୍ଧିଛି କମିଶନରେଟ ପୁଲିସ । ସବୁ ଡକାୟତ ଝାଡଖଣ୍ଡର ବୋଲି ସୂଚନା ମିଳିଛି । ମୋ ବସରେ ହେଉଥିବା ଚୋରୀ ପଛରେ ଏହି ଗ୍ୟାଙ୍ଗର ହାତ ଥିବା ଜଣାପଡ଼ିଛି । ସେହିପରି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ଧରି ମଧ୍ୟ ଏହି ଡକାୟତ ଗ୍ୟାଙ୍ଗ ଲୁଟ କରୁଥିଲେ । ଭିନ୍ନ ଭିନ୍ନ କୌଶଳ ଆପଣାଇ ଟଙ୍କା ଓ ମୋବାଇଲ ଫୋନ୍ ଲୁଟ୍ କରୁଥିଲେ । ୨୨ଟି ଫୋନ୍ ସହ ୧ଲକ୍ଷ ୩୦ହଜାର ଟଙ୍କା ଜବତ କରିଛି ପୁଲିସ । ଲୋକଙ୍କୁ ଲୁଟିବା ପାଇଁ ଝାଡ଼ଖଣ୍ଡରୁ ଭୁବନେଶ୍ୱର ଆସିଥିଲେ ଏହି ଗ୍ୟାଙ୍ଗର ସଦସ୍ୟ । ଏମାନଙ୍କ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ପୁଳା ପୁଳା ମାମଲା ରହିଛି ।