ରଦ୍ଦ ହେଲା ଜେଇ ସିଭିଲ୍ ମେନ୍ ପରୀକ୍ଷା

୧୬ ତାରିଖରେ ହୋଇଥିବା ପରୀକ୍ଷା ରଦ୍ଦ

ରଦ୍ଦ ହେଲା କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍ ଲିଖିତ ପରୀକ୍ଷା-୨୦୨୨ । ପରୀକ୍ଷା ରଦ୍ଦ ନେଇ ଓଏସଏସସି ପକ୍ଷରୁ ସୂଚନା । ବାଲେଶ୍ବର ଏସପି ସାଗରିକା ନାଥଙ୍କ ରିପୋର୍ଟ ଆଧାରରେ ୧୬ ତାରିଖରେ ହୋଇଥିବା ପରୀକ୍ଷା ରଦ୍ଦ ହୋଇଛି । ଆସନ୍ତା ସେପ୍ଟେମ୍ବର ୩ରେ ପୁଣିଥରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓଏସଏସସି ସଚିବ ଅଭୟ । ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ନେଇ ମିଳିଥିଲା ସୂଚନା । ଓଏସଏସସିର ସୂଚନା ଆଧାରରେ ରେଡ୍ କରିଥିଲା ବାଲେଶ୍ୱର ପୋଲିସ । ଓଡ଼ିଶା ସୀମାନ୍ତ ଦୀଘାରେ ହୋଇଥିଲା ରେଡ୍ । ଜଣେ ମହିଳାଙ୍କ ସମେତ ୯ ଜଣଙ୍କୁ କାବୁ କରିଥିଲା ପୋଲିସ । ଏହି ୯ଜଣ ଏକ ଆନ୍ତଃରାଜ୍ୟ ରାକେଟ ହୋଇଥିବା ସୂଚନା ମିଳିଛି ।