‘ଆଇସିୟୁରେ ପଡିଛି ବିଜେଡି, ସାଲାଇନ୍ ଲାଗିଛି’
ଅତନୁଙ୍କୁ କଟାକ୍ଷ କଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ବିଜେଡି ପାର୍ଟିର ଆୟୁଷ ବହୁତ କମ୍ । ସେ କେତେଦିନ ବଞ୍ଚିବ । ବିଜେଡି ଏବେ ICUରେ ରହିଛି । ଥିଲେ ତ କଂଗ୍ରେସ ସହ ମିଶିବ । ଏଭଳି କିଛି ଢଙ୍ଗରେ ଆଜି ବିଜେଡିକୁ କଟାକ୍ଷ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଗତକାଲି ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୟନାରାୟଣ ମିଶ୍ର । ବିଜେଡି କଂଗ୍ରେସ ସହ ମିଶି ସରକାର କରିବେ ବୋଲି କହୁଛନ୍ତି, କିନ୍ତୁ ବିଜେଡି ରହିଲେ ତ ? ବିଜେଡିର ଆୟୁଷ ବହୁତ କମ୍ । ଏମିତିକି ବିଜେଡି ଏବେ ଆଇସିୟୁରେ ଅଛି । ଦଳ ଭାଙ୍ଗି ଯାଉଛି ତେଣୁ ତାକୁ ବଞ୍ଚାଇବାକୁ ଅତନୁ ଏଭଳି କହୁଛନ୍ତି ବୋଲି ସେ କହିଛନ୍ତି । ଖାଲି ଏତିକି ନୁହେଁ ବିଜେଡିରେ ନେତୃତ୍ବକୁ ନେଇ ମଧ୍ୟ ପୁଣି ଥରେ ଟାର୍ଗେଟ କରିଛନ୍ତି ଜୟନାରାୟଣ ମିଶ୍ର । ସେ କହିଛନ୍ତି ବିଜେଡିରେ ନେତୃତ୍ୱ ନାହିଁ । କେବେ ପ୍ୟାରୀ ମୋହନ ମହାପାତ୍ର ତ କେବେ ଭିକେ ପାଣ୍ଡିଆନ୍ ଏଭଳି ଭାବେ ବିଜେଡିକୁ ଲିଜ୍ରେ ନେଇଥିଲେ ବୋଲି କହି କଡ଼ା ଟାଗେର୍ଟ କରିଛନ୍ତି ଜୟନାରାୟଣ ।
