ନିଜ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ଜୟନାରାୟଣ

‘ମୋ ବୟାନରେ ମୁଁ କୌଣସି ପରିବର୍ତ୍ତନ କରିବିନାହିଁ’

କୋଶଲ ପ୍ରସଙ୍ଗ ଉପରେ ଦେଇଥିବା ବୟାନକୁ ନେଇ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁହଁ ଖୋଲିଛନ୍ତି। ମୋ ବୟାନରେ ମୁଁ କୌଣସି ପରିବର୍ତ୍ତନ କରିବିନାହିଁ । ଜଣେ ମୁଖ୍ୟମନ୍ତ୍ରୀ, ୨୪ ବର୍ଷ ଓଡ଼ିଆ କହିଲେ ନାହିଁ, କିନ୍ତୁ ମୁଁ ମୋ ଅଞ୍ଚଳର ବିକାଶ କଥା କହିଲେ ଓଡ଼ିଆ ଅସ୍ମିତା ଯଦି କ୍ଷୂର୍ଣ୍ଣ ହେବ ତେବେ ଏହା ଉପରେ ମୋର କିଛି କହିବାର ନାହିଁ ।ଗୋଟିଏ ଜାତୀୟ ପତାକା ଗୋଟେ ଜାତୀୟ ଗୀତ ଉତ୍କଳ କଳିଙ୍ଗ କୌଶଳ ମିଶି ଓଡିଶା ତିଆରି ହୋଇଥିଲା । ବନ୍ଦେ ଉତ୍କଳ ଜନନୀ ରେ କେବଳ ଓଡିଶାର ପ୍ରଶଂସା କରାଯାଇଛି । ବନ୍ଦେ ଓଡିଶା ଜନନୀ କରନ୍ତୁ ମୋର କି ଆପତ୍ତି ନାହିଁ । ତିନୋଟି ଅଂଚଳ ମିଶାଇ ଓଡିଶା ପ୍ରଦେଶ କରିବେ କିନ୍ତୁ ଗୋଟେ ଅଂଚଳର ଜୟଗାନକୁ ଆପଣ ଗ୍ରହଣ କରି ପାରୁଛନ୍ତି କି? ବିକାଶ ସବୁ ଦିଗରେ ପହଂଚିବା କଥା, ସବୁ ଅଂଚଳର ଭାଷା ସଂସ୍କୃତି କୁ ସମ୍ମାନ ଦେବାର ଅଛି । ବିଜେଡ଼ି ର ପଶ୍ଚିମ ଓଡିଶାରେ ସ୍ଥିତି ନାହିଁ ବୋଲି ପ୍ରତିବାଦ କରୁଛି । ବିଜେଡ଼ି ପଶ୍ଚିମ ନୁହେଁ ଉପକୁଳ ଓଡିଶାରେ କଣ ବିକାଶ କରିଛି ହିସାବ ଦିଅନ୍ତୁ । ମୁଁ ଚାହୁଁଛି, ତିରିଶ ଜିଲ୍ଲାକୁ ମିଶାଇ ଏମିତି ଗୋଟେ ସଂଗୀତ ଆସୁ । ରାଜା ସ୍ୱାଇଁ ସମ୍ବଲପୁର ଅଂଚଳର ବିରୋଧୀ, ସେ ଓଡିଶା ବିଭାଜନର ମୂଳ କର୍ତ୍ତା । ଯେଉଁ ମାନେ ରାଜ୍ୟ ବାହାରର ଲୋକଙ୍କ ଦ୍ୱାରା ପରିଚାଳିତ ସେମାନଙ୍କରଏସବୁ କଥା କହିବାର ତାଙ୍କର କଣ ଅଧିକାର ଅଛି ବୋଲି ଜୟନାରାୟଣ କହିଛନ୍ତି ।