ସୁଚରିତାଙ୍କ ସ୍ଥାନରେ ଜୟ ନାରାୟଣ ପ୍ରାର୍ଥୀ

ପୁରୀ ପାଇଁ ଜୟ ନାରାୟଣ କଂଗ୍ରେସ ପ୍ରାର୍ଥୀ

ବଦଳିଲା ପୁରୀ କଂଗ୍ରେସ ଏମପି ପ୍ରାର୍ଥୀ । ସୁଚରିତାଙ୍କ ସ୍ଥାନରେ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ । ଗତକାଲି କଂଗ୍ରେସ ଟିକେଟ ଫେରାଇ ଦେଇଥିଲେ ସୁଚରିତା ମହାନ୍ତି । ଦଳ ଫଣ୍ଡି ଦେଉନଥିବାରୁ କ୍ୟାମ୍ପେନିଂ ସହଜ ନୁହେଁ ବୋଲି ଅଭିଯୋଗ କରିଥିଲେ ସୁଚରିତା। ତେବେ ପିସିସି ପ୍ରଭାରୀ ଅଜୟ କୁମାର କହିଥିଲେ ଯେ, ପୁରୀରେ ପ୍ରାର୍ଥୀ ବଦଳା ଯାଇଥାନ୍ତା, ସେ ଆଗରୁ ଜାଣିପାରି ଫେରାଇଦେଲେ। କିଛିଦିନ ତଳେ ଆଠଗଡ଼ ପ୍ରାର୍ଥୀ ମେହବୁବ ଅହମଦ ଖାଁ ବି ଟିକେଟ ଫେରାଇଥିଲେ। ଯାହାକି ରାଜ୍ୟ କଂଗ୍ରେସ ପାଇଁ ବଡ଼ ଝଟକା।