ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟ ଝଟକା

ମଞ୍ଚ ଚଢ଼ି ପାରିବେନି ପୀୟୂଷ

ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟ ଝଟକା । ମଞ୍ଚ ଚଢ଼ି ପାରିବେନି ପୀୟୂଷ । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ କୋର୍ଟ ଲଗାଇଛନ୍ତି ରୋକ । ଅପେରା ସୂର୍ଯ୍ୟମନ୍ଦିରରେ ଥିବା ବେଳେ ସିଂହବାହିନୀ ସହ ଯୋଡ଼ି ହେବାକୁ ଇଚ୍ଛା କରିଥିଲେ ପୀୟୂଷ । ଏନେଇ ସୂର୍ଯ୍ୟମନ୍ଦିର ମାଲିକ କୋର୍ଟରେ ପିଟିସନ ଦାଖଲ କରିଥିଲେ । ପୂର୍ବରୁ ଚୁକ୍ତିଖିଲାପ ନେଇ ବର୍ଷେ ପାଇଁ ତାଙ୍କୁ ମଞ୍ଚରୁ ବାରଣ କରିଥିଲା ଯାତ୍ରା ମାଲିକ ସଂଘ ।ଏହା ପରେ ଜାନୁଆରୀ ୫ତାରିଖରେ ମଞ୍ଚ ଚଢ଼ିଥିଲେ ପୀୟୂଷ । ବର୍ତ୍ତମାନ ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକରେ ଅଭିନୟ ଆରମ୍ଭ କରିଥିଲେ । କିନ୍ତୁ ସୂର୍ଯ୍ୟମନ୍ଦିର ସହ କଣ୍ଟ୍ରାକ୍ଟ ଥିବାରୁ ଏହା ଶେଷ ନହେବା ପୁର୍ବରୁ ଅନ୍ୟ ଯାତ୍ରା ପାର୍ଟିରେ କାମ ଆରମ୍ଭ କରିଥିଲେ । ଏହାକୁ ନେଇ ସୂର୍ଯ୍ୟମନ୍ଦିର ମାଲିକ ସମୀର କୁମାର ତ୍ରିପାଠୀ କୋର୍ଟଙ୍କୁ ଦ୍ବାରସ୍ଥ ହୋଇଥିଲେ ।

Leave a Reply

Your email address will not be published. Required fields are marked *