ଜଟଣୀ କଂଗ୍ରେସରୁ ଲଢିବାକୁ ମନା କଲେ ସୁରଙ୍କ ପୁଅ

ମନ୍ମଥଙ୍କର ନାହିଁ କଂଗ୍ରେସ ଉପରେ ଭରସା

ଅନ୍ୟ ଦଳରୁ ଲଢିବି ପଛେ କଂଗ୍ରେସରୁ ଲଢିବିନି । ଆଜି ଗଣମାଧ୍ୟମକୁ କିଛି ଏପରି କହିଛନ୍ତି ଜଟଣୀ ବିଧାୟକଙ୍କ ପୁଅ ସୁର ରାଉତରାୟ । କଂଗ୍ରେସରୁ ଲଢିବେନି କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ୨୦୨୪ରେ ସେ କଂଗ୍ରେସ ନୁହେଁ ବରଂ ଅନ୍ୟ କେଉଁ ଦଳରୁ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି । ସଫଳ ହେଉ କି ବିଫଳ, ଅନ୍ୟ ଦଳରୁ ଲଢିବି ବୋଲି ମନ୍ମଥ କହିଛନ୍ତି  । ସେ କହିଛନ୍ତି, ମୁଁ କେବେ ବି କହିନାହିଁ କଂଗ୍ରେସରୁ ଲଢିବା ପାଇଁ  । ବାପା ଯାହା କହିଛନ୍ତି ତାହା ତାଙ୍କ ନିଜସ୍ବ ମତ । ଜଟଣୀ ଛଡ଼ା ଆଉ କେଉଁ ଆସନରୁ ଲଢିବି ନାହିଁ  । କେଉଁ ଦଳରୁ ଲଢିବି ସେନେଇ ଆସନ୍ତା ଅକ୍ଟୋବର ମାସରେ ଜଣାଇବି । ସେପଟେ ପୁଅର ସ୍ପଷ୍ଟୋକ୍ତି ପରେ ପ୍ରତିକ୍ରିୟା ରଖି ସୁର କହିଛନ୍ତି ମୁଁ ମନ୍ମଥକୁ ବୁଝାଇବି । ୨୦୨୪ରେ ସେ କଂଗ୍ରେସ ଟିକେଟରେ ଜଟଣୀ ଆସନରୁ ନିର୍ବାଚନ ଲଢିବ  । ମୁଁ ନିଜେ ଖୋର୍ଦ୍ଧା ଜିଲ୍ଲାରେ ଟିକେଟ ବାଣ୍ଟିବି ବୋଲି ସୁର କହିଛନ୍ତି ।