ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡିଲେ ଜଶପ୍ରୀତ ବୁମରା
ଆଘାତ କାରଣରୁ ଚାମ୍ପିୟନ୍ସ ଟ୍ରଫିରେ ଖେଳିବେନି ବୁମରା । ୧୫ଜଣିଆ ଟିମରେ ସ୍ଥାନ ପାଇଲେ ହର୍ଷିତ ରାଣା । ଚାମ୍ପିଅନ୍ସ ଟ୍ରଫି ପାଇଁ ଚୟନ କମିଟି ବୁମରାହଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ଭାରତୀୟ ଦଳରେ ସାମିଲ କରିଛି। ଆହତ ହେବା ପରେ ବୁମରାହ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ସିରିଜରେ ମଧ୍ୟ ଅଂଶଗ୍ରହଣ କରିପାରି ନଥିଲେ। ତଥାପି, ତାଙ୍କୁ ତୃତୀୟ ମ୍ୟାଚ୍ ପାଇଁ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ଆହତ ହେବା ପରେ, ବୁମରାହ ତୃତୀୟ ମ୍ୟାଚ୍ ରୁ ମଧ୍ୟ ବାହାର ହୋଇଯାଇଥିଲେ। ଏହି ଦ୍ରୁତ ବୋଲରଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ମଧ୍ୟ ବାଦ ଦିଆଯାଇଛି। ଯଶସ୍ୱୀ ଜୟସୱାଲ, ମହମ୍ମଦ ସିରାଜ ଏବଂ ଶିବମ ଦୁବେଙ୍କୁ ରିଜର୍ଭ ଖେଳାଳି ଭାବରେ ରଖାଯାଇଛି। ଆବଶ୍ୟକ ହେଲେ ଏହି ଖେଳାଳିମାନେ ଚାମ୍ପିଅନ୍ସ ଟ୍ରଫି ପାଇଁ ଦୁବାଇ ଯିବେ।