ବୈଠକରେ ସରକାରୀ ଅଧିକାରୀଙ୍କୁ ତାଗିଦ୍ କଲେ ସାଂସଦ
ବ୍ରିଜ ଧସିବା ଘଟଣାରେ ଜରୁରୀ ବୈଠକ ଡାକି ଆଲୋଚନା କଲେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ l ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୧୬ ନଂ ଜାତୀୟ ରାଜପଥ ବ୍ରିଜ ଧସିବା ଘଟଣା ଏବଂ ଚାଲୁରହିଥିବା ପ୍ରକଳ୍ପ , ଜନସାଧାରଣଙ୍କ ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି । ଜାତୀୟ ରାଜପଥ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତାଗିଦ୍ କରିବା ସହିତ ଆଗାମୀ ଦିନରେ ଯେପରି ଲୋକ ମାନଙ୍କର ଧନ ଜୀବନ ଓ ସ୍ବାର୍ଥ କୁ ଦୃଷ୍ଟିରେ ରଖି କାଯ୍ୟ କରାଯିବ ସେ ବିଷୟରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଯାଜପୁରର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସ ପି ଭିନିତ ଅଗ୍ରୱାଲ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ପ୍ରତିନିଧି , ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ , କୋରେଇ ବିଧାୟକ ଅଶୋକ କୁମାର ବଳ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ , ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ l