ଗିରଫ ହେଲେ ଜେଲ୍ ସୁପରିଟେଣ୍ଡେଣ୍ଟ
ଗିରଫ ହେଲେ ଜେଲ୍ ଅଧୀକ୍ଷକ । କେନ୍ଦୁଝର ଜେଲ୍ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ରେଡ୍ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଭୁବନେଶ୍ବରରେ ଦେଢ଼ କୋଟିର ୪ ମହଲା କୋଠା ଠାବ ହୋଇଛି । ୧୫ ଲକ୍ଷରୁ ଅଧିକ ଟଙ୍କାର ଆସବାବପତ୍ର ଠାବ ହୋଇଥିଲା। ଝାରପଡ଼ା ଜେଲର ଅଧୀକ୍ଷକ ମଧ୍ୟ ଥିଲେ ସତ୍ୟପ୍ରକାଶ। ରାଜ୍ୟରେ ଗତ କିଛି ମାସ ହେବ ଭିଜିଲାନ୍ସ ସକ୍ରିୟ ହୋଇ ବିଭିନ୍ନ ବିଭାଗରେ କାମ କରୁଥିବା ଦୁର୍ନୀତିଗ୍ରସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ହେଉ ବା ଲାଞ୍ଚ ମାମଲାରେ ସରକାରୀ କର୍ମଚାରୀଙ୍କୁ ଗିରଫ କରୁଛି । ତେବେ ଦୀର୍ଘ ୭ ବର୍ଷ ପରେ ଜେଲ ବିଭାଗର ଜଣେ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଝାରପଡା ଜେଲର ପୂର୍ବତନ ସୁପରିଟେଣ୍ଡେଣ୍ଟ ତଥା କେନ୍ଦୁଝର ଜେଲର ବର୍ତ୍ତମାନର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ସତ୍ୟ ପ୍ରକାଶ ସ୍ବାଇଁଙ୍କୁ ଭିଜିଲାନ୍ସ ଧରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶଙ୍କ ନାଁରେ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇଥିଲା।