ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ । ଜାମିନ ଆବେଦନ ଶୁଣାଣୀ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ । ଜଗନ୍ନାଥ ପ୍ରଧାନଙ୍କ ସହ ଅନ୍ୟ ୫ ଅଭିଯୁକ୍ତ ମଧ୍ୟ କରିଥିଲେ ଜାମିନ ଆବେଦନ । ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ଙ୍କ ନିକଟରେ ସମସ୍ତେ ଆବେଦନ କରିଥିଲେ । ତେବେ ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ଜେଲରେ ଥିଲେ ଜଗନ୍ନାଥ । ପରେ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଥିଲେ ଜଗନ୍ନାଥ । ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରୁ ଜଗାଙ୍କୁ ମିଳିଲା ଜାମିନ । ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚଲିକାରେ ଜାମିନ ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଜଗନ୍ନାଥ ପ୍ରଧାନଙ୍କ ଓକିଲ ।
