ଗିରଫ ହେଲେ ଆଇଟିଡିଏ ଅଧିକାରୀ
ଗିରଫ ହେଲେ ଆଇଟିଡିଏ ଅଧିକାରୀ । ବଣାଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ଵଦର୍ଶୀ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ସୂଚନା ଅନୁସାରେ, ଗତକାଲି ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଅଧିକାରୀଙ୍କ ସରକାରୀ ଘର ଏବଂ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ଚଢାଉରେ ମିଳିଛି ଅମାପ ସମ୍ପତ୍ତି । ଭୁବନେଶ୍ବରରୁ ୨ଟି ଫ୍ଲାଟ୍, ଓଲ୍ଡଟାଉନରେ ୨ ମହଲା କୋଠା, ଭୁବନେଶ୍ବର ଓ ପୁରୀରେ ୯ଟି ଦାମୀ ଫ୍ଲାଟ୍, ୧୫୦ ଗ୍ରାମ ସୁନା, ବ୍ୟାଙ୍କ ଜମା ଓ ନଗଦ ୨ଲକ୍ଷ ଟଙ୍କା । ସେହିପର, ଇଭୋସ୍ ଗାଲାକ୍ସିରେ ଫ୍ଲାଟ୍ ପାଇଁ ୧୫.୭୫ ଲକ୍ଷ ଟଙ୍କା ଆଡ୍ଭାନ୍ସ ଦେଇଥିଲେ ପିଏ ବାବୁ । ଗୋଟିଏ ଦାମୀ କାର ମଧ୍ୟ ରହିଛି ପିଏ ବାବୁଙ୍କର ।
