ତିନିଦିନ ଆହୁରି ବର୍ଷିବ !

କାଲି ପାଇଁ ସତର୍କ କଲା ପାଣିପାଗ ବିଭାଗ !

ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ । ଫଳରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦୁର୍ବଳ ହୋଇଛି ଓ୍ବେଲମାର୍କ ଲୋପ୍ରେସର । ଗାଙ୍ଗେୟ ଉପତ୍ୟକା ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଥିବା ସୁଦୃଶ ଲଘୁଚାପ ଗତକାଲି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ସହ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହା ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ପାଖାପାଖି ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଥିବା ବେଳେ ୪ ତାରିଖରେ ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଲଘୁଚାପକ୍ଷେତ୍ରଟି ଦକ୍ଷିଣ ଝାଡଖଣ୍ଡ ଏବଂ ଉତ୍ତର ଛତିଶଗଡ ଉପରେ କେନ୍ଦ୍ରୀଭୁତ ରହିଛି । ଫଳରେ ଆହୁରି ତିନିଦିନ ଯାଏଁ ବର୍ଷାର ପ୍ରଭାବ ରହିବ ବୋଲି କହିଛି ପାଣିପାଗ ବିଭାଗ ।