ଆଗକୁ ବଢିବ ବର୍ଷା !

୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

ପ୍ରବଳ ବର୍ଷାରେ ବେହାଲ ସାରା ଓଡ଼ିଶା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ବର୍ଷାର ପ୍ରଭାବ ଅଧିକ ହୋଇଛି । ଆଗାମୀ ସମୟରେ ଏହା ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଉତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ସତର୍କ କରାଯାଇଥିବା ସମସ୍ତ ଜିଲ୍ଲାର ତଳିଆ ଅଂଚଳରେ ପାଣି ପଶିବା ସମ୍ଭାବନା ରହିଛି । ଏଭଳିକି ପାହାଡିଆ ଅଂଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ପ୍ରବଳ ବର୍ଷା ନେଇ ନଦୀ ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି । ସେହିପରି ବର୍ଷା ପାଇଁ କିଛି ସ୍ଥାନର ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ । ତେବେ ରାଜ୍ୟରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଦେଖିବାକୁ ମିଳିଥିବା ବେଳେ ରାଜଧାନୀରେ କୃତ୍ରିମ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଏମିତିକି ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଆଗାମୀ ୨୪ଘଣ୍ଟା ବର୍ଷାର ସ୍ଥିତି ଏପରି ରହିବା ସହ ଏହା ପରେ ଧୀରେ ଧୀରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ଅନୁମନ କରିଛି ।