ବିଶାଳ ଦାସଙ୍କ ପିଏ ଘରେ ରେଡ

ବିଶାଳ ଦାସଙ୍କ ପିଏ ଘରେ ରେଡ

ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ପିଏ ଆଶିଷ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଗତକାଲି ପରି ଆଜି ମଧ୍ୟ ଆଶିଷଙ୍କ କୋଲାବିରା ଘରେ ଏହି ରେଡ୍‌ କରାଯାଇଛି। ଆୟକର ବିଭାଗର ୨ଟିମ୍ ଆଶିଷଙ୍କ ଘରେ ଥିବା ସୂଚନା ରହିଛି। ଗତକାଲି ରାତିରେ ଆୟକର ବିଭାଗ ବିଶାଳ ଦାସଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକି ୪ ଘଣ୍ଟା ଧରି ଜେରା କରିଥିଲେ। ଏହାସହ ବିଶାଳଙ୍କ ପର୍ସନାଲ ଆସିଷ୍ଟାଣ୍ଟ ଆଶିଷଙ୍କ କୋଲାବିରା ଘରେ ମଧ୍ୟ ରେଡ୍‌ କରାଯାଇଥିଲା। ଆଜି ପୁଣି ଥରେ ଆୟକର ଆଶିଷଙ୍କ ଘରେ ରେଡ୍ କରିଛି। ତେବେ କେଉଁଥି ପାଇଁ ଆୟକର ବିଭାଗ ବିଶାଳଙ୍କୁ ଜେରା କରିଥିଲା ଓ ତାଙ୍କ ପିଏଙ୍କ ଘରେ କାହିଁକି ଘନ ଘଡ଼ ଚଢ଼ାଉ କରୁଛି ତାହା ଜଣାପଡ଼ିନାହିଁ। ବିଶାଳ ଟିକସ ଫାଙ୍କି ଛନ୍ତି ନା ଅନ୍ୟ କିଛି କାରଣ ରହିଛି ତାହା ମଧ୍ୟ ଜଣାପଡ଼ିନାହିଁ। ଏନେଇ ବିଶାଳ ଦାସଙ୍କ କୌଣସି ପ୍ରତିକ୍ରିୟ ମିଳିପାରିନି। ଅନ୍ୟପକ୍ଷରେ ଆୟକର ବିଭାଗ ଆଜି ବିଶାଳଙ୍କ ଚଇଙ୍କ ଘରେ ପୁଣି ଚଢ଼ାଉ କରିବା ପରେ ତାହା ଚର୍ଚ୍ଚାର ବିଷୟ ପାଲଟିଛି।ଗତକାଲି ରାଉରକେଲା, ସୁନ୍ଦରଗଡ, ସମ୍ବଲପୁର ଓ ଭୁବନେଶ୍ୱରର ଆୟକର ଅଧିକାରୀ ବିଶାଳଙ୍କୁ ପଚରାଉଚରା କରିଥିଲେ। ଆୟକର ବିଭାଗର ୪ଟି ଟିମରେ ୧୫ ଅଧିକାରୀ ସାମିଲ ଥିଲେ।