ଆଇଟି ରେଡ, ମଦ ବ୍ୟବସାୟୀଙ୍କ ଘରୁ ମିଳିଲା ଟଙ୍କାର ପାହାଡ

କୋଉଠୁ ଆସିଲା ୩୦୦ ଶହ କୋଟି, କାହାର ଏ ଟଙ୍କା?

କୋଉଠୁ ଆସିଲା ଏତେ ଟଙ୍କା, କାହାର ଏ ଟଙ୍କା? ମଦ ବ୍ୟବସାୟୀଙ୍କ ଘରୁ ଟଙ୍କାର ପାହାଡ ଜବତ। ବସ୍ତା ବସ୍ତା ଟଙ୍କାର ମାଲିକ କିଏ ? ୯ ଟି ଆଲମିରାରୁ ଜବତ ହେଲା ୧୫୬ ବସ୍ତା ଟଙ୍କା। ଗଣିପାରିଲାନି ଆୟକର ବିଭାଗର । ଏସବିଆଇର ନେଲା ସହାୟତା । ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ଘରେ ରେଡ କରିଥିଲା ଆଇଟି ବିଭାଗ । ଭୁବନେଶ୍ୱର, ସୁନ୍ଦରଗଡ, ରାୟଗଡା, ବୌଦ୍ଧ ଏବଂ ଟିଟଲାଗଡରେ ଏକା ସଙ୍ଗରେ ଆୟକର ବିଭାଗର ରେଡ୍ ଚାଲିଛି । ସୁନ୍ଦରଗଡ ଓ ସମ୍ବଲପୁରରେ ରେଡ୍ ବେଳେ ପୁଳା ପୁଳା ନୋଟ ବିଡା ଜବତ ହୋଇଛି । ବିଡା ବିଡା ଟଙ୍କାରେ ଆଲମିରା ଭର୍ତ୍ତି ହୋଇଛି । ୧୦୦ ଟଙ୍କିଆରୁ ୫୦୦ ଟଙ୍କିଆ ନୋଟ ବିଡା ଦେଖି ତାଜୁବ ଆୟକର ଅଧିକାରୀ । ସୂଚନା ଅନୁସାରେ ଟଙ୍କା ଗଣା ପାଇଁ ୧୨ଟି ମେସିନ୍ ଲାଗିଛି । ବହୁ ଦିନ ଧରି ବିଡା ବନ୍ଧା ହୋଇ ରହିଥିବାରୁ ଟଙ୍କା ଗଣିବାରେ ସମସ୍ୟା ଉପୁଜୁଥିବା ଜଣାପଡିଛି । କୋଟିଏ କି ଦୁଇ କୋଟି ନୁହେଁ ତାଙ୍କ ଠାରୁ ୨୦୦ କୋଟିରୁ ଅଧିକ ଟଙ୍କା ଠାବ କରାଯାଇଛି । ଆୟକର ଫାଙ୍କିବା ଅଭିଯୋଗରେ ରାଜ୍ୟର ମଦ ବ୍ୟବସାୟୀ ରାଜକିଶୋର ସାହୁ ଏବଂ ଦେବରାଜ ସାହୁଙ୍କ ମଦ ପ୍ରସ୍ତୁତ କାରଖାନାରେ ଚଢାଉ ପରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଗତକାଲି ଠାରୁ ବୌଦ୍ଧ, ରାଉରକେଲା, ଭୁବନେଶ୍ୱର ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା ସମେତ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଏବେ ସୁଦ୍ଧା ୨୦୦ କୋଟିରୁ ଅଧିକ ଟଙ୍କା ଅଧିକାରୀମାନେ ଗଣିସାରିଲେଣି । ଆହୁରି ନୋଟ ଗଣିବା ବାକି ରହିଥିବା ସୂଚନା ମିଳିଛି । ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି ଟପିଯାଇପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଆୟକର ବିଭାଗର ଅଧିକାରୀ ଏନେଇ ମୁହଁ ଖୋଲୁନାହାଁନ୍ତି । କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ କୋଲକତା ଏବଂ ରାଚିଂରେ ଥିବା ରାଜକିଶୋର ସାହୁଙ୍କ ସଂସ୍ଥାରେ ମଧ୍ୟ ଚଢାଉ କରାଯାଇଛି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ନେତା ।