ଆସିଲା ଭାରତୀୟ ସ୍ପେସ ଷ୍ଟେସନ ମଡ୍ୟୁଲର ପ୍ରଥମ ଫଟୋ
ଏମିତି ହେବ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ, ଆସିଲା ଭାରତୀୟ ସ୍ପେସ ଷ୍ଟେସନ ମଡ୍ୟୁଲର ପ୍ରଥମ ଫଟୋ।ଦୁଇ ଦିନିଆ ନେସନାଲ ସ୍ପେସ୍ ଦିବସ ଅବସରରେ ଭାରତୀୟ ସ୍ପେସ୍ ଷ୍ଟେସନ୍ ବା BAS ର ମଡ୍ୟୁଲ ଉନ୍ମୋଚନ କରିଛି ଇସ୍ରୋ । ୨୦୨୮ରେ ଭାରତ ତାର ପ୍ରଥମ ସ୍ପେସ୍ ଷ୍ଟେସନ ଲକ୍ଷ୍ୟ ରଖିଛି । ପରେ ଏହାକୁ ସଂପ୍ରସାରଣ କରାଯିବ। BAS-୧ ର ଓଜନ ରହିବ ପାଖାପାଖି ୧୦ ଟନ। ପୃଥିବୀ ୪୫୦ କିଲୋମିଟର ଉପରେ ରହି ପୃଥିବୀକୁ ପ୍ରଦକ୍ଷିଣ କରିବ। ଏଥିରେ ମାଇକ୍ରୋ ଗ୍ରାଭିଟି ରିସର୍ଚ୍ଚ, ଟେକ୍ନୋଲୋଜି ପ୍ରଦର୍ଶନ, ସାଇଣ୍ଟିଫିକ ଇମେଜିଂ ଆଦି କରିହେବ। ଏବେ ଇଣ୍ଟରନେସନାଲ ସ୍ପେସ୍ ଷ୍ଟେସନକୁ ୫ଟି ଏଜେନ୍ସୀ ଅପରେଟ୍ କରୁଛନ୍ତି ।
