କତାରରେ ଇସ୍ରାଏଲର ପ୍ରଥମ ଆକ୍ରମଣ

କତାର ଉପରେ ଇସ୍ରାଏଲର ପ୍ରଥମ ଆକ୍ରମଣ, ୬ ମୃତ

କତାରରେ ଇସ୍ରାଏଲର ପ୍ରଥମ ଆକ୍ରମଣ । ଦୋହାର କତାର ଜିଲ୍ଲାରେ ଇସ୍ରାଏଲ ବିମାନ ଆକ୍ରମଣ କରିଛି । ହମାସର ରାଜନୈତିକ ବ୍ୟୁରୋର ଆବାସିକ ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଛି । ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଦୋହା ସହରରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା ଏବଂ ପେଟ୍ରୋଲ ଷ୍ଟେସନ ନିକଟରେ ଥିବା ସୁରକ୍ଷିତ ଆବାସିକ କମ୍ପାଉଣ୍ଡରୁ ଧୂଆଁ ଉଠୁଥିବା ଦେଖାଯାଇଥିଲା । କତାରର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହି ଆକ୍ରମଣକୁ ଅଟକାଇ ପାରିନଥିଲା ।ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଏବଂ ଶିନ୍ ବେଟ୍ ଗୁଇନ୍ଦା ସଂସ୍ଥା ଏହାକୁ ହମାସର ବରିଷ୍ଠ ନେତୃତ୍ୱ ବିରୁଦ୍ଧରେ ନିର୍ଦ୍ଦିଷ୍ଟ ଆକ୍ରମଣ ବୋଲି କହିଛି ।

ଏମାନେ ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ ଓ ଚାଲୁଥିବା କାର୍ଯ୍ୟକଳାପ ପାଇଁ ଦାୟୀ ଥିଲେ ବୋଲି ଅଭିଯୋଗ କରାଯାଇଥିଲା । ଏହି ଅପରେସନରେ ଇସ୍ରାଏଲ ବାୟୁସେନା ଜେଟ୍ “ନିର୍ଦ୍ଦିଷ୍ଟ ଅସ୍ତ୍ରଶସ୍ତ୍ର ଏବଂ ଅତିରିକ୍ତ ଗୁଇନ୍ଦା ତଥ୍ୟ” ବ୍ୟବହାର କରିଥିଲେ ।ଏହା ମାସ ମାସ ଧରି ଯୋଜନା ହୋଇଥିଲା କିନ୍ତୁ ଜେରୁଜେଲମରେ ସେପ୍ଟେମ୍ବର ୮ରେ ହମାସ ଦାବି କରିଥିବା ଗୁଳିମାଡ଼ରେ ଛଅ ଜଣ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ପରେ ଏହାକୁ ତ୍ୱରାନ୍ୱିତ କରାଯାଇଥିଲା ।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏହାକୁ “ସମ୍ପୂର୍ଣ୍ଣ ସ୍ୱାଧୀନ ଇସ୍ରାଏଲ ଅପରେସନ” ବୋଲି କହିଛି । ଏହି ଆକ୍ରମଣ ଆମେରିକା ପ୍ରସ୍ତାବିତ ଯୁଦ୍ଧବିରତି ଏବଂ ପଣବନ୍ଦୀ ମୁକ୍ତି ଚୁକ୍ତି ଉପରେ ଆଲୋଚନାକୁ ବ୍ୟାହତ କରିପାରେ । କତାରରେ ଇସ୍ରାଏଲ ଆଟାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ ନିନ୍ଦା କରିଛନ୍ତି ।