ଇଂଲଣ୍ଡର ଚେମ୍ସ ଫୋର୍ଡରେ ଆସନ୍ତାକାଲି ଅଦିନିଆ ରଥଯାତ୍ରା

ପୁଣି ଇସ୍କନର ଅଦିନିଆ ରଥଯାତ୍ରା

ପୁଣି ଇସ୍କନ କରିବ ଅଦିନିଆ ରଥଯାତ୍ରା । ଇଂଲଣ୍ଡର ଚେମ୍ସ ଫୋର୍ଡରେ ମେ ୧୮ ଅର୍ଥାତ ଆସନ୍ତାକାଲି ରଥଯାତ୍ରା ଆୟୋଜନ କରିଛି ଇସ୍କନ । ଏ ନେଇ ଫେସବୁକ୍ ରେ କରାଯାଇଥିବା ଏକ ପୋଷ୍ଟ ପରେ ବିତର୍କ ଚାଲିଛି । ବାରମ୍ବାର ବିବାଦ ସତ୍ତ୍ବେ ବିଦେଶରେ କିଭଳି ଭାବେ ଅଦିନିଆ ରଥଯାତ୍ରା ପୁଣି ଆୟୋଜେନ ହୋଇଛି ତାକୁ ନେଇ ଜଗନ୍ନାଥପ୍ରେମୀ ପ୍ରଶ୍ନ ଉଠାଇଛନ୍ତି । ସେହିଭଳି ଫେସବୁକରେ ପୋଷ୍ଟ ହୋଇଥିବା କାର୍ଡରେ ତିନି ରଥରେ ଯେଉଁ ଠାକୁରଙ୍କୁ ବସାଇବା କଥା ବସାଯାଇନାହିଁ । ଶ୍ରୀଜଗନ୍ନାଥଙ୍କ ବଳରେ ନନ୍ଦିଘୋଷରେ ଦେବୀ ସୁଭଦ୍ରାଙ୍କୁ ବସା ଯାଇଛି । ତାଳଧ୍ବଜରେ ବଳଭଦ୍ରଙ୍କ ବଦଳରେ ଶ୍ରୀଜଗନ୍ନାଥ ଓ ଦର୍ପଦଳନ ରଥରେ ଦେବୀ ସୁଭଦ୍ରାଙ୍କ ବଦଳରେ ବଳଭଦ୍ର ବସିଥିବା ଫଟୋ ୟେସାର ହୋଇଛି । ବାସ୍ତବ ରଥଯାତ୍ରା ବେଳେ ଏପରି ଭୁଲ ହେଲେ ଏହା ଅକ୍ଷମଣୀୟ ବୋଲି କହିଛନ୍ତି ଜଗନ୍ନାଥ ଭକ୍ତ ।