ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଅନୁଗୁଳ ଡିଭିଜନ୍ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୮ଟି ଠିକଣାରେ ଏକକାଳୀନ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଆୟଠୁ ଅଧିକ ସମ୍ପତ୍ତିଠୁଳ ଅଭିଯୋଗରେ ରେଡ୍ କରାଯାଉଛି । ଅନୁଗୁଳ ଅଫିସ ଓ ସରକାରୀ ବାସଭବନ ସମେତ ସୁନ୍ଦରଗଡ଼ ଟାଉନ୍ରେ ଥିବା ୩ ମହଲା କୋଠାରେ ଚଢ଼ାଉ ହେଉଛି । ରାଉରକେଲା ଗୋପବନ୍ଧୁ ନଗରରେ ଥିବା ୨ ମହଲା କୋଠା, ଭୁବନେଶ୍ବର ଘାଟିକିଆ ଓରଭିଲା ଫେଜ୍-୩ରେ ଥିବା ଦୁଇଟି ଫ୍ଲାଟରେ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଗଞ୍ଜାମ ପୁରୁଷୋତ୍ତମ, ସୁନ୍ଦରଗଡ଼ ଓ ରାଉରକେଲାରେ ଅଛି ୪ ପ୍ଲଟ୍, ନଗଦ ୧ ଲକ୍ଷ ୨୫ ହଜାର ଟଙ୍କା ଜବତ, ବ୍ୟାଙ୍କ ଜମାର ତଦନ୍ତ ଚାଲିଛି।
