ଇରାନକୁ ବଡ଼ ଝଟକା

IRGC ମୁଖ୍ୟ ମାଜିଦ୍ ଖାଦେମି ନିହତ

ଇରାନର ଗୁପ୍ତଚର ମୁଖ୍ୟ ମାଜିଦ୍ ଖାଦେମି ନିହତ । ଇରାନର ସରକାରୀ ଗଣମାଧ୍ୟମ ଏବଂ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । IRGC ଗୁପ୍ତଚର ସଂସ୍ଥାର ମୁଖ୍ୟ, ମେଜର ଜେନେରାଲ ସୟଦ ମାଜିଦ୍ ଖାଦେମି ଏକ ଆକ୍ରମଣରେ ନିହତ ହୋଇଛନ୍ତି । ଇରାନ ପକ୍ଷରୁ ଏହାକୁ ଆମେରିକା ଏବଂ ଇସ୍ରାଏଲର ଏକ “ଅପରାଧିକ ଆତଙ୍କବାଦୀ ଆକ୍ରମଣ” ବୋଲି କୁହାଯାଇଛି ।ମାଜିଦ୍ ଖାଦେମି ଇରାନର ସୁରକ୍ଷା ବ୍ୟବସ୍ଥାର ଜଣେ ଅତି ଅଭିଜ୍ଞ ଏବଂ ବରିଷ୍ଠ ଅଧିକାରୀ ଥିଲେ । ୨୦୨୫ ଜୁନ୍ ମାସରେ, ଯେତେବେଳେ ଇରାନର ସାମରିକ ବିଭାଗରେ ଅନେକ ବଡ଼ ପରିବର୍ତ୍ତନ ଚାଲିଥିଲା, ସେତେବେଳେ ତାଙ୍କୁ IRGC ଗୁପ୍ତଚର ସଂସ୍ଥାର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ଏହା ସହିତ ସେ ‘IRGC ଇଣ୍ଟେଲିଜେନ୍ସ ପ୍ରୋଟେକ୍ସନ ଅର୍ଗାନାଇଜେସନ’ର ମଧ୍ୟ ଦାୟିତ୍ୱ ତୁଲାଉଥିଲେ ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦିନ ସୋସିଆଲ ମିଡିଆରେ ଦାବି କରିଥିଲେ କି, ତେହରାନରେ ଅନେକ ଶୀର୍ଷ ସୈନ୍ୟ ନେତାଙ୍କୁ ହତ୍ୟା କରାଯାଇଛି । ଏହି ପୋଷ୍ଟ ସହିତ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଷ୍ଟ୍ରେଟ୍ ଅଫ ହର୍ମୁଜ ଯଦି ପୁଣି ଖୋଲାନ ଯାଏ, ତେବେ ପାୱର ପ୍ଲାଣ୍ଟ ଏବଂ ପୋଲକୁ ନଷ୍ଟ କରାଯିବ ।ତେବେ ଟ୍ରମ୍ପଙ୍କ ଧମକ ପରେ ଇରାନୀ ସଂସଦ ସ୍ପିକର ମହମ୍ମଦ ବାକର ଗଲିବଫ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଟ୍ରମ୍ପଙ୍କ ଏଭଳି ଦାୟିତ୍ବହୀନତା ଯୋଗୁଁ ଦେଶ ନର୍କରେ ପରିଣତ ହେବ ।

Leave a Reply

Your email address will not be published. Required fields are marked *