ଇସ୍ରାଏଲରେ ଇରାନ୍ର ୨୫ ବାଲିଷ୍ଟିକ୍ ମିସାଇଲ୍ ମାଡ଼
ଆମେରିକାର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଇରାନ କ୍ରୋଧିତ। ଆମେରିକାର ଆକ୍ରମଣ ପରେ ଇରାନର ସେନା ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଆରମ୍ଭ କରିଛି। ଇସ୍ରାଏଲର ସୁରକ୍ଷା ବାହିନୀ ନିଜେ ଟ୍ୱିଟ୍ କରି ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ଇସ୍ରାଏଲର ବିଭିନ୍ନ ସହରରେ ଘାତକ ଇରାନୀ କ୍ଷେପଣାସ୍ତ୍ର ତାଣ୍ଡବ ରଚନା କରୁଛି। ଇସ୍ରାଏଲର ବିଭିନ୍ନ ସହରରେ ବାୟୁସେନା ସାଇରନ୍ ବାଜୁଛି। ତେଲ ଅଭିଭ ଓ ହାଇଫା ସମେତ କିଛି ସହରରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଇରାନ୍ । କେନ୍ଦ୍ରୀୟ ଇସ୍ରାଏଲ ଓ ଉତ୍ତର ଇସ୍ରାଏଲର ତେଲ ଆଭିଭ, ହାଇଫା, ନେସ୍ ଜିଓନା ଏବଂ ରାଇଶନ ଲେଜିଓନ ଅଞ୍ଚଳରେ ସାଇରନ ବାଜିବା ପରେ ମିସାଇଲ ଆଟାକ କରିଛି ଇରାନ । ପ୍ରାୟ ୨୭ଟି ମିସାଇଲ ତେଲ ଅଭିଭ ଓ ହାଇଫା ଉପରେ ମାଡ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
