ଏମ୍ସରେ ଆଶିଷଙ୍କ ସ୍ୱାସ୍ଥ୍ୟ ଯାଞ୍ଚ
ଭୁବନେଶ୍ୱର ଏମ୍ସରେ ଆଇପିଏସ ଆଶିଷ୍ ସିଂ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ୬ଜଣିଆ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି । ଇସିଆଇଙ୍କ ନିଦେ୍ର୍ଦଶରେ ଏହି ଟିମ ଗଠନ କରାଯାଇଛି । ଏମ୍ସ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ସଦସ୍ୟ ଥିବା ବୋର୍ଡ ଗଠିତ ହୋଇଛି। ବୋର୍ଡରେ ମେଡିସିନ, ସର୍ଜରୀ, ଅର୍ଥୋପେଡିକ ଓ ନ୍ୟୁରୋ ବିଭାଗ ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞ ସାମିଲ ଅଛନ୍ତି। କେଉଁ ଶାରିରୀକ ସମସ୍ୟା ପାଇଁ ମେଡ଼ିକାଲ୍ ଲିଭରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବିଭାଗ ଦାୟିତ୍ୱରେ ଥିବା ଆଇପିଏସ ଆଶିଷ ସିଂ? ଇସିଆଇଙ୍କ ଜାଲରେ ଛନ୍ଦି ହୋଇଥିବା ଆଇପିଏସ ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂଙ୍କ ଭୂମିକାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଶାସକ ଦଳ ପ୍ରତି କିଭଳି ଅହେତୁକ ଅନୁକମ୍ପା ଦେଖାଇ ସରକାରୀ ପଦବୀର ଅପବ୍ୟବହାର କରୁଥିଲେ, ସେନେଇ ଲାଗିରହିଛି ନାନା ଚର୍ଚ୍ଚା ।