ପୋଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡ଼ଙ୍ଗୀ
ଓଡ଼ିଶା ପୋଲିସର ନୂଆ ଡିଜିପି ହେଲେ ଅରୁଣ ଷଡ଼ଙ୍ଗୀ। ପୋଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ। ଆଜି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ପୋଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଅରୁଣ ଷଡ଼ଙ୍ଗୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସୁନୀଲ ବଂଶଲ । ଅରୁଣ ଷଡ଼ଙ୍ଗୀ ହେଉଛନ୍ତି ୧୯୯୦ ବ୍ୟାଚର ଆଇପିଏସ ଅଫିସର । ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ସମ୍ଭାଳିବେ । ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି ରାଜ୍ୟବାସୀଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିବ ରାଜ୍ୟ ପୋଲିସ ବିଭାଗ । ସେହିପରି ବିଦାୟୀ ଡିଜିପି ସୁନୀଲ ବଂଶଲ କହିଛନ୍ତି ମାଓ ଦମନରେ ଅନେକ କିଛି ସଫଳତା ମିଳିଥିବା ବେଳେ ସାଇବର କ୍ରାଇମ କିମ୍ବା ନାର୍କୋଟିକ୍ କ୍ରାଇମ୍ ରୋକିବା ଦିଗରେ ରାଜ୍ୟ ପୋଲିସ ଅନେକ ଗ୍ୟାଲେଂଜର ସମ୍ମୁଖୀନ ହୋଇଛି ।