ପୁରୀରେ ଆଇପିଏଲ ଟ୍ରଫି

ପୁରୀରେ ଆଇପିଏଲ ଟ୍ରଫି

ପୁରୀରେ ଆଇପିଏଲ ଟ୍ରଫି। ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି। କୋଲକତା ନାଇଟ ରାଇଡର୍ସର ମେମ୍ବରର ସଦସ୍ୟ ମାନେ ଏହି ଟ୍ରଫି ଆଜି ଶ୍ରୀମନ୍ଦିରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି। ଏହି ଟ୍ରଫିକୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା। ତେବେ ଗତବର୍ଷ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ଟ୍ରଫି ହାତେଇଥିବା ବେଳେ ଚଳିତ ଆଇପିଏଲ ଟ୍ରଫି ପୁନର୍ବାର କିଭଳି ନିଜ କବଜାରେ ରଖିବ ସେନେଇ ସଦସ୍ୟ ମାନେ ଆଶାବାଦୀ ଅଛନ୍ତି।