ଆଜି ରାତି ୧୨ ଯାଏ ଇଣ୍ଟରନେଟ୍ ବନ୍ଦ

ମାଲକାନଗିରିରେ ପୁଣି ଇଣ୍ଟରନେଟ୍ କଟକଣା ବୃଦ୍ଧି

ଓଡ଼ିଶା ସରକାର ମାଲକାନଗିରିରେ ଇଣ୍ଟରନେଟ୍ ସେବାକୁ ଆଉ ୨୪ ଘଣ୍ଟା ପାଇଁ ବନ୍ଦ କରିଦେଇଛନ୍ତି ।  ଏ ନେଇ ଗୃହ ବିଭାଗ ଏକ ବିଜ୍ଞପ୍ତିରେ ସୂଚନା ଦେଇଛି । ମାଲକାନଗିରି କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁରୋଧ ପରେ, ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ଡାଟା ସେବା ମାଧ୍ୟମରେ ହ୍ୱାଟ୍ସଆପ୍, ଫେସବୁକ୍, ଏକ୍ସ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ଏବଂ ପ୍ରବେଶ ଉପରେ ପ୍ରତିବନ୍ଧକକୁ ଆହୁରି ୨୪ ଘଣ୍ଟା ପାଇଁ ବୃଦ୍ଧି କରିଛନ୍ତି । ଏହା ଆଜି ମଧ୍ୟରାତ୍ର ୧୨ ଟା ଯାଏ ବଳବତ୍ତର ରହିବ । ଏହାକୁ ଲଗାଇ ୫ ମ ଥର ପାଇଁ କଟକଣା ଲାଗୁ କରାଗଲା ।କିନ୍ତୁ, ଏହି ନିର୍ଦ୍ଦେଶ ସରକାରୀ ଇଣ୍ଟରନେଟ୍ ଏବଂ ଇଣ୍ଟରନେଟ୍ ଆଧାରିତ ସେବା, ଯେପରିକି OSWAN (ଓଡିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱାର୍କ), NIC ନେଟୱାର୍କ, NKN (ନ୍ୟାସନାଲ୍ ନଲେଜ୍ ନେଟୱାର୍କ), ବ୍ୟାଙ୍କିଂ, ରେଳବାଇ କିମ୍ବା ଅନ୍ୟ କୌଣସି ସରକାରୀ ସେବା ପାଇଁ ପ୍ରଯୁଜ୍ୟ ହେବ ନାହିଁ । ଆଦେଶ ଉଲ୍ଲଂଘନ କଲେ ଆଇନର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ବିଭାଗ ସତର୍କ କରିଛି।

Leave a Reply

Your email address will not be published. Required fields are marked *