ଆଇନ ଆସିଲେ ଲିଙ୍ଗରାଜ ମନ୍ଦିର ସେବା, ନୀତି ଓ ପର୍ବପର୍ବାଣୀ ଶୃଙ୍ଖଳିତ ହେବ

ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ପାଇଁ ଆସିଲା ଅନ୍ତରୀଣ ରିପୋର୍ଟ

ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ପାଇଁ ଆସିଲା ଅନ୍ତରୀଣ ରିପୋର୍ଟ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଲିଙ୍ଗରାଜ ମନ୍ଦିର ସ୍ବତ୍ବଲିପି କମିଟିର ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି । ଜଷ୍ଟିସ ଡି ପି ଚୌଧୁରୀଙ୍କ ଅଧକ୍ଷତାରେ ଗଠିତ ଲିଙ୍ଗରାଜ ମନ୍ଦିର ସ୍ବତ୍ବଲିପି କମିଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି । ସବୁ ନିଯୋଗର ପୁରାତନ ନଥିପତ୍ରକୁ ନେଇ ଜଷ୍ଟିସ ଡି ପି ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ରିପୋର୍ଟ ପ୍ରସ୍ତୁତ କରିଛି ।ରିପୋର୍ଟକୁ ଆଇନ ବିଭାଗ ତର୍ଜମା କରି ମୁୁଖ୍ୟମନ୍ତ୍ରୀଙ୍କୁ ଏହି ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯିବ । ଖୁବ ଶୀଘ୍ର ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ଆଇନ ଆସିଲେ ଲିଙ୍ଗରାଜ ମନ୍ଦିର ସେବା, ନୀତି ଓ ପର୍ବପର୍ବାଣୀ ଶୃଙ୍ଖଳିତ ହେବ । ବିଶେଷକରି ନୀତିକାନ୍ତି ସୁରୁଖୁରୁରେ ପରିଚାଳିତ ହେବ। ନୀତିକାନ୍ତି ଶୃଙ୍ଖଳିତ ସହ ବିଶୃଙ୍ଖଳାର କାରଣ ସଂପର୍କରେ ରିପୋର୍ଟରେ ପ୍ରଦାନ କରାଯାଇଥିବା କହିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ଡି ପି ଚୌଧୁରୀ ।ଐତିହାସିକ, ଏଏସଆଇ, ଓଡ଼ିଶା ଷ୍ଟେଟ୍ ଲାଇବ୍ରେରୀ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନରୁ ଲିଙ୍ଗରାଜ ମନ୍ଦିର ସେବା, ନୀତି, ନିଯୋଗ ଓ ପର୍ବପର୍ବାଣି ନେଇ ତଥ୍ୟ ସଂଗ୍ରହ କରାଯାଇଥିଲା। ସେହି ପ୍ରାଥମିକ ତଥ୍ୟ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଜଷ୍ଟିସ ଡି ପି ଚୌଧୁରୀ ।

Leave a Reply

Your email address will not be published. Required fields are marked *