‘ଯୁଗାନ୍ତକାରୀ ଓ ଐତିହାସିକ ହେବ ଉତ୍କର୍ଷ ଓଡ଼ିଶା’
ଉତ୍କର୍ଷ ଓଡିଶା କନକ୍ଲେଭ ୨୦୨୫ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। କହିଛନ୍ତି ଉତ୍କର୍ଷ ଓଡିଶା କନକ୍ଲେଭ ୨୦୨୫ ଏକ ଐତିହାସିକ ଓ ଯୁଗାନ୍ତକାରୀ କନକ୍ଲେଭ ହେବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କନକ୍ଲେଭର ଉଦଘାଟନ କରିବେ । ଗଙ୍ଗାର ସ୍ରୋତ ଭଳି ନିବେଶକମାନେ ଓଡ଼ିଶା ଆସିବେ । ଓଡିଶା ଆଗାମୀ ଦିନରେ ଗୋଟିଏ ଅଗ୍ରଣୀ ରାଜ୍ୟରେ ପରିଣତ ହେବ । ବିଜେଡିକୁ ଟାର୍ଗେଟକରି ଶିଳ୍ପମନ୍ତ୍ରୀ କହିଛନ୍ତି ପୂର୍ବ ସରକାରରେ ଦୁଇ ଦଶନ୍ଧି ଧରି ସବୁପ୍ରକାର ସମ୍ଭାବନା ଥାଇ ବି ଓଡିଶା ଶିଳ୍ପର ମରୁଭୂମି ପାଲଟିଥିଲା । ଶିଳ୍ପ କ୍ଷେତ୍ରରେ ଓଡିଶା ବହୁତ ଆଗକୁ ଯିବ । ସରକାରଙ୍କ ଲକ୍ଷ୍ୟ ରହିଛି ଓଡିଶାକୁ ଶିଳ୍ପ ସମୃଦ୍ଧ କରିବା ସହ ଶିଳ୍ପର ଇକୋ ହବ୍ କରିବା । ଶିଳ୍ପମନ୍ତ୍ରୀ ଆହୁରି କହିଛନ୍ତି ଓଡିଶାର ପ୍ରତି ଜିଲ୍ଲା କିଭଳି ଶିଳ୍ପ କ୍ଷେତ୍ରରେ ଆଗକୁ ଯିବ ତାହା ଆମର ପରିକଳ୍ପନା । ମେକ୍ ଇନ୍ ଇଣ୍ଡିଆ ଯେମିତି ପ୍ରଧାନମନ୍ତ୍ରୀଙ୍କର ବ୍ରେନ୍ ଚାଇଲ୍ଡ ଥିଲା ଏବଂ ସାରା ଭାରତରେ ଦେଶ ବିଦେଶରୁ ବଡ଼ ବଡ଼ ନିବେଶକମାନେ ଆସିଥିଲେ ଏବଂ ଭାରତର ବିଭିନ୍ନ ସ୍ଥାନରେ ନିବେଶ କରିଥିଲେ । ସେହିପରି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ନିବେଶକମାନେ ନିବେଶ କରିବେ ଏବଂ ଓଡ଼ିଶାରେ ଶିଳ୍ପ ବିପ୍ଲବ ସୃଷ୍ଟି ହେବ । ଏହି କନକ୍ଲେଭରେ ୪ଟି ପ୍ଲେନାରି ସେସନ ଏବଂ ୧୬ଟି କ୍ଷେତ୍ରୀୟ ସେସନ ରହିବ ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବ ସରକାର ସମୟରେ କେବଳ ମେଟାଲ ଇଣ୍ଡଷ୍ଟ୍ରି ଆସୁଥିଲା । ଆମ ସରକାରରେ ସବୁ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ । ସେମି କଣ୍ଡକ୍ଟର, ଗ୍ରୀନ ଏନର୍ଜୀ, ପେଟ୍ରୋ କେମିକାଲ ଓ ଜାହାଜ ନିର୍ମାଣ ଉପରେ ଫୋକସ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି । ମୋହନ ସରକାରରେ ସାତ ମାସରେ ୨ଲକ୍ଷ ୭୫ ହଜାର କୋଟିର ନିବେଶ ପାଇଁ ୧୫୯ଟି ଶିଳ୍ପ ସଂସ୍ଥାକୁ ସିଂଗିଲ ୱିଣ୍ଡୋ ଅନୁମୋଦନ ମିଳିଛି । ଏଥିରେ ୨ ଲକ୍ଷ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଓଡ଼ିଶାରେ ଆସନ୍ତାକାଲି ଠାରୁ ଉତ୍କର୍ଷ ଓଡିଶା କନକ୍ଲେଭ ଆରମ୍ଭ ହେବ । ପ୍ରଥମଥର ପାଇଁ ମେକଇନ ଓଡ଼ିଶା କନକ୍ଲେଭରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲିଠୁ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା-ମେକ ଇନ୍ ଓଡ଼ିଶା କନକ୍ଲେଭ ।
