ମହିଳା ନିବେଶକଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ
ମହିଳା ନିବେଶକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ମହିଳା ନିବେଶକଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ କରିବେ ରାଜ୍ୟ ସରକାର । ଏହାସହ ଇପିକଲରେ ମହିଳା ନିବେଶକଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ସେଲ । ମହିଳା ଶିଳ୍ପ ଉଦ୍ୟୋଗୀମାନଙ୍କୁ ନେଇ ରାଉଣ୍ଡ ଟେବୁଲ ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ତଥା ଦେଶର ସଫଳ ମହିଳା ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ରୁଚି ଫୁଡ୍ ଲାଇନ, ମିଲକ୍ ମନ୍ତ୍ର, ଲୁମିନସ ପାୱାର, ଜିଭାଦା ଭେଞ୍ଚରସ, ଇନଡଲଜ ପ୍ରାଇଭେଟ୍ ଲିମିଟେଡ ଭଳି ଓଡ଼ିଶା ଆଧାରିତ କମ୍ପାନୀର ମୁଖ୍ୟ ମାନେ ଯୋଗ ଦେଇଥିଲେ । ସଫଳ ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ । ମହିଳା ମାନେ ପୂର୍ବରୁ ଅନେକ ଥର ପ୍ରମାଣ କରିଛନ୍ତି, ସେମାନେ ପୁରୁଷ ମାନଙ୍କ ଠାରୁ ବି ଅଧିକ କରିପାରିବେ । ଅନେକ ଲୋକ ସାଇକେଲ ଚଳାଇ ଜାଣିନାହାନ୍ତି, କିନ୍ତୁ ଆମ ମହିଳା ମାନେ ଫାଇଟର ପ୍ଲେନ ବି ଚଳାଉଛନ୍ତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମହିଳା ମାନେ ଅତିରିକ୍ତ ୧୦ ପ୍ରତିଶତ ସବସିଡି ପାଉଛନ୍ତି । ମହିଳା ସଶକ୍ତିକରଣ ଉପରେ ସରକାର କାମ କରୁଛନ୍ତି । ମହିଳା ମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ରାସ୍ତା ପ୍ରଶସ୍ତ କରିଛନ୍ତି ରାଜ୍ୟ ସରକାର । ବଜେଟରେ ମଧ୍ୟ ୭୫ ହାଜର କୋଟିରୁ ଅଧିକ ଟଙ୍କା ମହିଳା ମାନଙ୍କ କଲ୍ୟାଣ ପାଇଁ ମଞ୍ଜୁର କରାଯାଇଛି । ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣ ଦିଗରେ କାର୍ୟ୍ୟ କରୁଛି । ଯାହାଦ୍ବାରା ମହିଳା ମାନେ ଛୋଟ ଛୋଟ ବ୍ୟବସାୟ କରୁଛନ୍ତି ।
