ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର ବିମାନବନ୍ଦରରେ ବି ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ । ଆଜି ସକାଳ ୮ଟା ୩୦ ସୁଦ୍ଧା ଏକାଧିକ ବିମାନ ବିଳମ୍ବରେ ଚାଲୁଥିବା ବେଳେ ଗୋଟିଏ ବିମାନ ରଦ୍ଦ ହୋଇଛି । ଭୁବନେଶ୍ୱରରୁ ବେଙ୍ଗାଲୁରୁ ଯିବାକୁ ଥିବା ଇଣ୍ଡିଗୋ ଫ୍ଲାଇଟ 6E703 ଅଧଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଚାଲିଛି ।ସେହିଭଳି ଭୁବନେଶ୍ୱରରୁ କଲିକତା ଯାଉଥିବା ଇଣ୍ଡିଗୋ ବିମାନ 6E6793, ଭୁବନେଶ୍ୱରରୁ ସିଙ୍ଗାପୁର ଯାଉଥିବା ବିମାନ ଇଣ୍ଡିଗୋ ବିମାନ 6E1017 ମଧ୍ୟ ବିଳମ୍ବରେ ଚାଲିଛି । ସେହିଭଳି ଇଣ୍ଡିଗୋ ବିମାନ 6E6321 ବିମାନ ଯାହାକି ଭୁବନେଶ୍ୱରରୁ ଡେରାଡୁନ ଯିବାର ଥିଲା ତାହା ରଦ୍ଦ ହୋଇଛି । ସମାଧାନ ପାଇଁ ଚେଷ୍ଟା ଜାରି ଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *